ବିକଳାଙ୍ଗ,ସରକାରୀ ସହାୟତାରୁ ବଞ୍ଚିତ…

ଫୁଲବାଣୀ:-୧୩/୦୭ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମର ଗ୍ରେସରୀ ବଳିଆରସିଂଙ୍କ ପୁଅ ଅମରେନ୍ଦ୍ର ବଳିଆରସିଂ ଓ କେଶ୍ୱରୀ ବଳିଆରସିଂ ପୁଅ ଅଶୋକ ବଳିଆରସିଂ କିଛି ବର୍ଷ ହେଲା ମାନସିକ ବିକାରଗ୍ରସ୍ତ ଅବସ୍ଥାରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି । ପରିବାରର ଆର୍ଥିକ ଅବସ୍ଥା ଭଲନଥିବା କାରଣରୁ ମାନସିକ ବିକାର ରୋଗର ଶିକାର ହୋଇ ଥିବା ଜଣାପଡିଛି। ଅଭାବି ଜୀବନ ଯୋଗୁଁ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ମାନସିକ ବିକାରଗ୍ରସ୍ତ ହୋଇ ଦିନ କାଟୁଥିବା ଦେଖିବାକୁ ମିଳିଛି। ପରିବାର ଆର୍ଥିକ ସମ୍ବଳ ଅଭାବରୁ ଭିନ୍ନକ୍ଷମ ଶିବିରକୁ ନେଇ ଆବଶ୍ୟକ ପ୍ରମାଣ ପତ୍ର କରି ପାରି ନଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ । ଅଭାବି କାରଣରୁ ବହୁ କଷ୍ଟରେ ଚଳୁଥିବା ଅଭିଯୋଗ ହେଉଛି । କିଛିଦିନ ପୂର୍ବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷା ରୁଦା ମଳିକ ହାତୀମୁଣ୍ଡା ଗ୍ରାମ ପରିଦର୍ଶନରେ ଯାଇ ଥିଲେ । ସେହି ସମୟରେ ଗ୍ରାମର କିଛି ମୁଖିଆ ଓ ପରିବାର ପକ୍ଷରୁ ଏହି ଦୁଇ ଜଣ ମାନସିକ ବିକଳାଙ୍ଗଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇ, ସରକାରଙ୍କ ସୁବିଧା ପରିବାରକୁ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏଥିରେ ସମିତି ଅଧ୍ୟକ୍ଷା ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ହେଲେ ଏହିଭଳି ଭିନ୍ନକ୍ଷମ ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ସହାୟତା ରହିଛି ଓ ବିଭିନ୍ନ ବିଭାଗ କର୍ମଚାରୀ କାର୍ଯ୍ୟ କରୁଥିଲେ ମଧ୍ୟ ଏହିଭଳି ନିରୀହ ବ୍ୟକ୍ତି ତଥା ମାନସିକ ବିକଳାଙ୍ଗ ସରକାରଙ୍କ ସହାୟତାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ , ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବୀ କରୁଥିବା ପ୍ରକାଶ ପାଇଛି।