ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

ବାଲେଶ୍ୱର,୪।୬:ବାଲେଶ୍ୱର ବାହାନଗା ଦୁର୍ଘଟଣାର କାରଣ ଜଣାପଡିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଲୋକ୍ଟ୍ରନିକ୍‌ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏପରି ଦୁର୍ଘଟଣା ଘଟିଛି। କବଚ ସହିତ ଏହି ଦୁର୍ଘଟଣା ସହ କୌଣସି ସମ୍ପର୍କ ନାହିଁ। ରେଳ ନିରାପତ୍ତା ବିଭାଗ କମିଶନର ଦୁର୍ଘଟଣାର କାରଣ ଯାଞ୍ଚ କରୁଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ। ଏଥିସହ ଦୁର୍ଘଟଣାର ପ୍ରକୃତ ଦୋଷୀଙ୍କୁ ମଧ୍ୟ ଠାବ କରାଯାଇଛି। ବର୍ତ୍ତମାନ ଆମେ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଉଛୁ।

Leave a Reply

Your email address will not be published. Required fields are marked *