ଦେବ ସ୍ନାନ ପୂର୍ଣ୍ଣିମା ପାଳିତ ,ରାମମୋହନ ପଟ୍ଟନାୟକ କଲେ ଛେରାପହଁରା

ହିଞ୍ଜିଳିକାଟୁ :-ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ସାରୁ ଗ୍ରାମର ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଅପରାହ୍ନ ୩.୩୦ ଘଣ୍ଟ ସମୟରେ ବୈଦିକ ରୀତିନୀତିରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ସ୍ଥାନୀୟ ଲୋକଙ୍କ ସହିତ ସାରୁ ଗ୍ରାମ ତଥା ହିଞ୍ଜିଳିକାଟୁ ଅଞ୍ଚଳର ଯୁବ ସାମାଜିକ କର୍ମୀ ଉମାଶଙ୍କର ସାହୁ ମନ୍ଦିରରେ ଉପସ୍ଥିତ ରହି ସହଯୋଗ କରିଥିଲେ। ପୁରାତନ ପରମ୍ପରା ଅନୁଯାୟୀ ରାମମୋହନ ପଟ୍ଟନାୟକ ଛେରା ପହଁରା କରିଥିବା ବେଳେ କାର୍ଜି ବିଜୟ ସାହୁ ଉପସ୍ଥିତ ରହି ଠାକୁରଙ୍କୁ ପହଣ୍ଡି କରାଇ ଥିଲେ। ସଂକୀର୍ତ୍ତନ ଓ ଭକ୍ତବୃନ୍ଦଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ଉତ୍ସବମୁଖର ଲାଗୁଥିବା ବେଳେ ମନ୍ଦିରର ପୂଜକବୃନ୍ଦ ଏବଂ ମନ୍ଦିରକମିଟି ସଦସ୍ୟବୃନ୍ଦ ସାଙ୍ଗକୁ ପୂର୍ବତନ ସରପଞ୍ଚ ରଙ୍କନାଥ ସାହୁ, ଗୌରାଙ୍ଗ ପାତ୍ର, ସୀମାଞ୍ଚଳ ମହାରଣା, ପୂର୍ବତନ ସମିତିସଭ୍ୟ ଭାସ୍କର ମହାରଣା ପ୍ରମୁଖ ମନ୍ଦିରରେ ଉପସ୍ଥିତ ଥିଲେ। ଗ୍ରାମର ସବୁ ବର୍ଗର ବ୍ୟକ୍ତି ବିଶେଷ ସ୍ନାନମଣ୍ଡପ ନିକଟରେ ଉପସ୍ଥିତ ରହି ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ଉତ୍ସବ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :-ରଂଜିତ କୁମାର ପୋଲାଇ

Leave a Reply

Your email address will not be published. Required fields are marked *