କାକଟପୁର ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ ଜିଲ୍ଲା କାକଟପୁର ଥାନାରେ କାକଟପୁର ଅଞ୍ଚଳର ବୁଦ୍ଧିଜୀବି, ସମାଜସେବୀ , ମା ମଙ୍ଗଳା ଙ୍କ ସେବାୟତ ସମିତି, ବଜାର କମିଟିର ସଭାପତି, ବସ, ଟ୍ରକ, ଅଟୋ ଆସୋସିସନ୍ ର ସଭାପତି,ଏବଂ ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଙ୍କୁ ନେଇ କାକଟପୁର ଥାନା ପରିସରରେ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେବା ସହ ପରସ୍ପର ନିକଟତର ହୋଇ ସମସ୍ତ କାର୍ଯ୍ୟ କରିବା ଏବଂ ଜନସାଧାରଣ ଙ୍କ ମନରେ ପୋଲିସ ପ୍ରତି ଥିବା ବିଭିନ୍ନ ଭୟ ଭ୍ରାନ୍ତି କୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା।ସମସ୍ତଙ୍କର ସ୍ଵାଧୀନ ଚିନ୍ତା ଧାରାରେ ପୋଲିସ ସହ ଯୋଗା ଯୋଗ ରଖି କାର୍ଯ୍ୟ କଲେ ଅନେକ ସୁଫଳ ମିଳିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ମଲିକଙ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଙ୍କୁ ବୁଝାଇଥିଲେ। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଠାରୁ ସମସ୍ତ ସମସ୍ୟା କୁ ବୁଝି ସାରିବାପରେ କାକଟପୁର ବଜାର ରେ ଥିବା ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଥାନାଧିକାରୀ ସୂଚନା ଦେଇଥିଲେ ଓ ସ୍ଥାନୀୟ ଲୋକଙ୍କ ସହ ପ୍ରତେକ ସମସ୍ୟା ର ସମାଧାନ କରିବା ଉପରେ ଆଲୋକପାତ କରିଥିଲେ।