ମୃତକଙ୍କ ପରିବାର କୁ ସହାୟତା
ପୁରୀ ୬/୬ ଗତକାଲି ଓମକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟଣାରେ ରାକେଶ କୁମାର ନନ୍ଦ ନାମକ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା ଆଜି ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ମୃତକ ରାକେଶ ଙ୍କ ପିତା ହରିହର ନନ୍ଦ ଓ ମାତା ମନୋରମା ନନ୍ଦ ଙ୍କୁ କୋଡିଏ ହଜାର ଟଙ୍କା ର ସହାୟତା ପ୍ରଦାନ କରିଛନ୍ତି। ବାସେଳୀ ସାହି ମଙ୍ଗଳାଘାଟ ରୋଡ଼ ସ୍ଥିତ ତାଙ୍କ ଘରେ ତହସିଲଦାର ଶ୍ରୀ ବେହେରା ଏହି ସହାୟତା ରାଶି ପ୍ରଦାନ କରିବା ସହ ଶୋକ ବ୍ୟକ୍ତ କରିଥିଲେ।