ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଲକ୍ଷ୍ମୀପୁର,୦୬/୦୬- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁଟୁଣିପଦର ଗ୍ରାମ ଠାରେ ଜଣେ ମହିଳା ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି।ମୃତକ ହେଲେ ମିଲି ମୁଦୁଲି।ଏନେଇ ଲକ୍ଷ୍ମୀପୁର ଥାନାରେ ୪/୨୩ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଥିବା କହିଛି।ଖବର ନେବାରେ ଜଣା ପଡିଛିକି କୁସୁମଗୁଡା କୁଟୁଣିପଦର ଗ୍ରାମର ଟୁନା ବୈପାରି ରାୟଗଡା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ମୁଣ୍ଡ ବିନ୍ଧା ଗ୍ରାମର ମିଲି ମୁଦୁଲିଙ୍କୁ ଚାରି ବର୍ଷ ପୁର୍ବେ ଆଦିବାସି ରିତିନିତି ଅନୁଜାଇ ବିବାହ କରିଥିଲେ।ବିବାହର ଚାରି ବର୍ଷ ସୁଧା ତାଙ୍କର କୌଣସି ପିଲା ଛୁଆ ନଥିଲେ ମଧ୍ୟ ବେସ ହସ ଖୁସିରେ ଦୁହିଁଙ୍କ ଜୀବନ ଚାଲି ଆସୁଥିଲା।ହେଲେ ହଠାତ୍ ସୋମବାର ରାତି ୧୧ଟା ବେଳେ ବିନା କାରଣରେ ମିଲି ଘର ଭିତରେ ସାଢି ଲଗାଇ ଝୁଲି ପଡିଥିଲେ।ଏହା ଦେଖି ତାଙ୍କ ସ୍ଵାମୀ ସାହି ପଡିଶାଙ୍କୁ ଡାକି ମିଲିକୁ ଉଦ୍ଧାର କରି ୧୫ କିଲୋମିଟର ଦୁର ଲକ୍ଷ୍ମୀପୁର ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଫଳରେ ରାତି ଅନେକ ହେଇଥିବା ଦେଖି ଆଜି ସକାଳେ ଲକ୍ଷ୍ମୀପୁର ଥାନାରେ ମିଲିଙ୍କ ଭାଇ ଭାଗିରଥି ମୁଦୁଲି ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଆସିଛି।ଏନେଇ ପୋଲିସ ସବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିଲା ବେଳେ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *