ପ୍ରଧାନଶିକ୍ଷୟତ୍ରୀ ବିଣାପାଣୀ ଧଳଙ୍କ ପରଲୋକ

ଭଣ୍ଡାରିପୋଖରୀ,୧୩ା୭: ଭଣ୍ଡାରିପୋଖରୀ ବ୍ଲକର ନଗୁଆ ପଞ୍ଚାୟତ ଅନ୍ତର୍ଗତ ବାହାଦଲପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବିଣାପାଣୀ ଧଳଙ୍କର ଗତ ରବିବାର ସକାଳେ ଆକସ୍ମିକ ଭାବେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁସମୟରେ ସ୍ୱାମୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ମହାନ୍ତି ଓ ପରିବାର ଲୋକେ ଉପସ୍ଥିତ ଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷ ସ୍ୱର୍ଗତ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମରଶରୀରକୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ନାତି ସିଦ୍ଧାର୍ଥ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପ୍ରଧାନଶିକ୍ଷୟତ୍ରୀ ଉଭୟ କେଉଁଝର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁନାମ ଅର୍ଜ୍ଜନ କରିଥିଲେ । ପିରିପୁର ପ୍ରାଥମିକ ବିଦ୍ୟାଳୟରୁ ସେ ଅବସରଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସ୍ତାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।