ଆସନ୍ତାକାଲି ପ୍ରକାଶ ପାଇବ ଦ୍ୱାଦଶ କଳା ରେଜଲ୍ଟ

ଭୁବନେଶ୍ୱର,୭ା୬: ଆସନ୍ତାକାଲି ଜୁନ୍ ୮, ୨୦୨୩ରେ ପ୍ରକାଶ ପାଇବ ସିଏଚ୍ଏସ୍ଇ ଓଡ଼ିଶା ଦ୍ୱାଦଶ କଳା ପରୀକ୍ଷା ଫଳ। ବୋର୍ଡ ରେଜଲ୍ଟ ଘୋଷଣାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତାକାଲି କଳା ବିଭାଗର ସିଏଚଏସଇ ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡ ରେଜଲ୍ଟ ଘୋଷଣା ନେଇ ଖୁବଶୀଘ୍ର ଆନୁଷ୍ଠାନିକ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ଓଡ଼ିଶା ଏଚଏସଇ କଳା ବିଭାଗ ରେଜଲ୍ଟ ପାଇଁ ବୋର୍ଡ ତାରିଖ ଓ ସମୟ ଘୋଷଣା କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ପରୀକ୍ଷାର୍ଥୀମାନେ ଅଧିକ ଅପଡେଟ୍ ପାଇଁ ଅଫିସିଆଲ ୱେବସାଇଟକୁ ଯାଇପାରିବେ । ଓଡ଼ିଶା ବୋର୍ଡ ପକ୍ଷରୁ ଯୁକ୍ତ ୨ କଳା ବିଭାଗ ଫଳ ଅନଲାଇନରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଦେଖିବା ପାଇଁ ଲିଙ୍କ୍ ଅଫିସିଆଲ୍ ୱେବସାଇଟ୍ – orissaresults.nic.in ଉପଲବ୍ଧ ହେବ। ଓଡ଼ିଶା ଦ୍ୱାଦଶ କଳା ଫଳାଫଳ ଜାଣିବା ପାଇଁ ବିକଳ୍ପ ଲିଙ୍କ chseodisha.nic.in

ଓଡ଼ିଶା ପକ୍ଷରୁ ସିଏଚ୍ଏସ୍ଇ ବୋର୍ଡ ଦ୍ୱାଦଶ ବିଜ୍ଞାନ ଓ ବାଣିଜ୍ୟ ବିଭାଗଫଳ ମେ ୩୧, ୨୦୨୩ରେ ପ୍ରକାଶ ପାଇଥିଲା। ବିଜ୍ଞାନ ବିଭାଗରେ ପାସ୍ ହାର ୮୪.୯୩% ଥିବା ବେଳେ ବାଣିଜ୍ୟ ବିଭାଗରେ ପାସ୍ ହାର ୮୧.୧୨% ରହିଛି।

ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। କାଲି ଅପରାହ୍ନ ୪ଟାରେ ଭଭୟ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି। ବୋର୍ଡ ରେଜଲ୍ଟ ଦେଖିବା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯାଇ ରେଜଲ୍ଟ ପୋର୍ଟାଲରେ ଦିଆଯାଇଥିବା ଓଡ଼ିଶା ଦ୍ୱାଦଶ ରେଜଲ୍ଟ ଲିଙ୍କରେ ଦ୍ୱାଦଶ ଶ୍ରେଣୀ ରୋଲ ନମ୍ବର ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *