ସରକାରଙ୍କ ମୋ ଘର ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସରରେ ରାଜ୍ୟ ସରକାର ଙ୍କ ମୋ ଘର ଯୋଜନା କାର୍ଯ୍ୟକ୍ରମ ରାଇକିଆ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ,ଉପାଧକ୍ଷା ରିନା ପ୍ରଧାନ,ଜିଲ୍ଲାପରିଷଦ ସତ୍ୟବାନ୍ ପାତ୍ର ,uco bank ଶାଖା ପରିଚାଳକ, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ର ଶାଖା ପରିଚାଳକ ମଞ୍ଚାସୀନ ରହିଥିଲେ। ରାଜ୍ୟ ସରକାର ଙ୍କ ଏହି ହିତକର ଯୋଜନା କୁ କିଭଳି ଗରିବ ଓ ନିମ୍ନ ମଧ୍ୟବିତ୍ତ ଜନସାଧାରଣ ଙ୍କ ପାଖରେ ପହଞ୍ଚାଯାଇ ପାରିବ ଏବଂ ଅତି ସରଳ ଓ ସୁବିଧା ଭାବରେ ଲୋକ ପକା ଘର ଖଣ୍ଡିଏ କିପରି ତିଆରି କରି ଜୀବନ ସାରା ଶାନ୍ତି ରେ ରହିପାରିବେ ତାହା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଇକିଆ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଙ୍କୁ ଅବଗତ କରିଥିଲେ।ଆଜିର ଏହି ସଭାକାର୍ଯ୍ୟକୁ କମଳ ନାୟକ ପରିଚାଳନା କରିଥିଲେ।

ରିପୋର୍ଟ- ନୃସିଂହ ଚରଣ ଦାଶ।

Leave a Reply

Your email address will not be published. Required fields are marked *