ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ ଦେବେ ଟକ୍କର

ଓ୍ବାଶିଂଟନ,୮।୬ : : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ରୁ ଆମେରିକା ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ହ୍ବାଇଟ ହାଉସ କହିଛି ପିଏମ ମୋଦିଙ୍କ ଆଗାମୀ ଗସ୍ତ ସମୟରେ କେଉଁ ପ୍ରସଙ୍ଗରେ ଆଲୋଚନା କରାଯିବ ଏବଂ କେଉଁ ପ୍ରସଙ୍ଗରେ ସର୍ବାଧିକ ଧ୍ୟାନ ଦିଆଯିବ। ହ୍ବାଇଟ ହାଉସର ବିବୃତ୍ତି ଅନୁଯାୟୀ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର ସମୃଦ୍ଧତା ଏବଂ ନିରାପତ୍ତା ପ୍ରସଙ୍ଗରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏହା ସହିତ ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ କିଭଳି ଟକ୍କର ଦେବେ ସେନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।

ହ୍ବାଇଟ ହାଉସର ପ୍ରେସ ସଚିବ କରୀନ ଜାନ ପିଆର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିବେ। ଏହା ସହିତ ମୁକ୍ତ, ସମୃଦ୍ଧ ତଥା ସୁରକ୍ଷିତ ଭାରତ ପ୍ରଶାନ୍ତ ମହାସାଗରରେ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ବିଷୟରେ ଆଲୋଚନା ହେବାର ଯୋଜନା ରହିଛି। ପ୍ରତିରକ୍ଷା କ୍ଷେତ୍ର ବିଷୟରେ ମଧ୍ୟ ଆଲୋଚନା ହେବ। ପିଏର କହିଛନ୍ତି ଖୁବ ଶୀଘ୍ର ପିଏମ ମୋଦିଙ୍କ ଗସ୍ତ ସମ୍ପର୍କରେ ଅନ୍ୟାନ୍ୟ ସୂଚନା ମଧ୍ୟ ଶେୟାର କରାଯିବ।

Leave a Reply

Your email address will not be published. Required fields are marked *