ଗଦ୍ରିଙ୍ଗିଆ ଘାଟିରେ ଓଲିଟିଲା ପେଟ୍ରୋଲ ଡିଜେଲ ବୁଝେଇ ଟ୍ରକ
![](https://teerthkhetra.com/wp-content/uploads/2023/06/Screenshot_2023-06-08-17-21-48-78.jpg)
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାଗଦ୍ରିଙ୍ଗିଆ ଘାଟିରେ ଭାରସାମ୍ୟ ହରାଇ ଅଲଟିଲା ପେଟ୍ରୋଲ ବୋଝେଇ ଗାଡି l ବାଲିଗୁଡା ରୁ ତୁମୁଡିବନ୍ଧ ଏନ. ଏଚ 59 ଜାତୀୟ ରାଜପଥ ର ଗଦ୍ରିଙ୍ଗିଆ ଘାଟି ରେ ଘଟିଛି ଦୁର୍ଘଟଣା l ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଗାଡି ଡ୍ରାଇଭର l ପାରାଦ୍ୱୀପ ରୁ ରାଇଘର ପେଟ୍ରୋଲ ବୋଝେଇ ଗାଡି ଟି ଯାଉଥିବା ବେଳେ ଗଦ୍ରିଙ୍ଗିଆ ନିକଟରେ ଗାଡି ଆଗରେ ଏକ ବାଇକ ଚାଲି ଆସିଥିଲା l ବାଇକ ରେ ବସିଥିବା ପରିବାର କୁ ବଞ୍ଚେଇବାକୁ ଯାଇ ଗାଡି ଡ୍ରାଇଭର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲେ, କିନ୍ତୁ ଏକ ଗାଈ କୁ ମାଡିବାରୁ ଘଟଣା ସ୍ଥଳରେ ଗାଈ ର ମୃତ୍ୟୁ ହୋଇଛି l ଦୁର୍ଘଟଣା ପରେ ଗାଡି ଟି ଜାତୀୟ ରାଜପଥ ଉପରେ ଓଲଟିବା ପରେ ଗାଡି ରେ ଥିବା ପେଟ୍ରୋଲ ଲିକ ହୋଇଥିଲା l ଦୁର୍ଘଟଣା ସ୍ଥଳରେ ଲୋକମାନେ ଜାର ଓ ବାଲଟି ଧରି ପେଟ୍ରୋଲ ବୋହି ନେବାର ଚିତ୍ର ସାମ୍ନା କୁ ଆସିଛି l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l