ଥାନା ଅଧିକାରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

କୋଣାର୍କ,୦୮.୦୬- ବୁଧବାର ସନ୍ଧ୍ୟାରେ ଯାତ୍ରୀ ନିବାସ ବାଙ୍କୁଏଟ ହଲରେ କୋଣାର୍କ ଅଞ୍ଚଳର ସାମାଜିକ ସଂଗଠନ ଓ ଅଂଚଳବାସୀ ମାନଙ୍କ ପକ୍ଷରୁ କୋଣାର୍କ ଥାନାର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ନୂତନ ଭାବେ ଯୋଗଦାନ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ ଯେ ସାମାଜିକ କର୍ମୀ ତଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ପ୍ରତାପ କାଣ୍ଡିଙ୍କ ଆବାହକରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ଦାଶ, ସଂସ୍କୃତି ସଂଗଠକ ଗୁରୁପଦ ବଳିଆର ସିଂ, ବରିଷ୍ଠ ନାଗରିକ ତଥା ସଂଗଠକ ରାଜ କିଶୋର ମହାପାତ୍ର, ସତ୍ଯ ଖବର ସଂପାଦକ ଅକ୍ଷୟ କୁମାର ନାୟକ, ଗୋପ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ଓ ପ୍ରାକ୍ତନ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ପୂର୍ବତନ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଜଣେ ପରୋପକାରି, ମେଳାପୀ, ନିଃସ୍ବାର୍ଥପର ସେବା ଓ ସାମାଜିକ ସେବା ମନୋଭାବକୁ କୋଣାର୍କ ଅଞ୍ଚଳବାସୀଙ୍କ ମନରେ ଅଭୁଲା ମୂହୁର୍ତ୍ତ ଭାବେ ଅଭିହିତ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି କୋଣାର୍କ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କୁ ସ୍ଥାନୀୟ ଅଞ୍ଚଳର ସାମାଜିକ ସଂଗଠନ ଓ ଅଂଚଳବାସୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର କୋଣାର୍କ ସାମାଜିକ ସଂଗଠନ ଓ ଅଂଚଳର ଜନସାଧାରଣ ମାନଙ୍କ ପକ୍ଷରୁ କୋଣାର୍କ ଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ନୂତନ ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ସାମ୍ବାଦିକ ମହାସଂଘ ପକ୍ଷରୁ ଆବାହକ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଓ ଜ୍ଯୋତିରାଜ ମହାନ୍ତି, ଇଣ୍ଡିଆନ ଅଏଲ ପର୍ଯ୍ୟଟନ ପକ୍ଷରୁ ସୂର୍ଯ୍ୟ ପ୍ରସାଦ ନାୟକ, ସତ୍ଯ ସାଇ ସେବା ସଂଗଠନ ପକ୍ଷରୁ ପ୍ରାକ୍ତନ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ପକ୍ଷରୁ ସଭାପତି ପ୍ରତାପ କୁମାର କାଣ୍ଡି ଓ ବସନ୍ତ ମଂଜରୀ ପାଠାଗାର ପକ୍ଷରୁ ସଂପାଦକ ରାମକୃଷ୍ଣ ମହାନ୍ତିଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କୋଣାର୍କ ଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଗ୍ରାମ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିମାନେ ଯୋଗ ଦେଇ ପୂର୍ବତନ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିଃସ୍ବାର୍ଥପର ସେବା ଓ ସାମାଜିକ ମୂଲ୍ୟବୋଧ ଭିତ୍ତିକ ସେବା ମନୋଭାବ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକା ରୀତାରାଣୀ ସେଠ, ଜ୍ଞାନ ରଞ୍ଜନ ବିଶ୍ଵାଳ, ସୁକାନ୍ତ କୁମାର ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା, ସଚ୍ଚିଦାନନ୍ଦ ଗୋଛାୟତ ଓ ନିରଂଜନ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *