ବେଳାମାର୍ଗରେ କାର ଡାଲା ଗାଡ଼ି ମୁହାଁମୁହିଁ ଧକ୍କା, ୫ଗୁରୁତର
![](https://teerthkhetra.com/wp-content/uploads/2023/06/IMG-20230609-WA0016-1024x461.jpg)
କୋଣାର୍କ, ୦୯.୦୬- ପୁରି କୋଣାର୍କ ବେଳାମାର୍ଗ ମୂଖ୍ୟ ରାସ୍ତା ଘନଶ୍ୟାମ ହେମଲତା କଲେଜ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଭୟାନକ ସଡକ ଦୃର୍ଘଟଣା ଘଟିଛି। କୋଣାର୍କ ଅଂଚଳର ଏକ ଟାଟା ଏସି ଓ ଝାରଖଣ୍ଡ ରୁ ଆସିଥିବା ଏକ ପର୍ଯ୍ୟଟକ ଟାଟା କାର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି। ଘଟଣା ସ୍ଥଳରେ ଟୁରିଷ୍ଟି ପୋଲିସ ପହଞ୍ଚି ଉନ୍ଧାର କାର୍ଯ୍ୟ କରିବା ସହ ପୁରୀ ମୁଖ୍ୟ ମେଡିକାଲ କୁ ସ୍ଥାନାସ୍ତରିତ କରିଛନ୍ତି। ଟାଟା ଏସିର ଡ୍ରାଇଭର ଗୋଡ ଟି ଭାଙ୍ଗିଯାଇଥିବା ସୂଚନା ଥିବା ବେଳେ ଆଉ ଚାରିଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପୁରୀ ବଡ ମେଡିକାଲ ସ୍ଥାନାସ୍ତରିତ କରାଯାଇଛି। ଘଟଣା ସ୍ଥାନରେ ରାମଚଣ୍ଡୀ ପୋଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଏବେ ଡ୍ରାଇଭର ସମେତ ୫ ଜଣ ପୁରୀ ବଡ ମେଡିକାଲରେ ଚିକିତ୍ସା ହେବା ସୂଚନା ରହିଛି।