ତୁର୍କୀରେ ବାରୁଦ କାରଖାନାରେ ବିସ୍ଫୋରଣ: ୫ କର୍ମଚାରୀ ମୃତ

ଆଙ୍କରା,୧୦।୬ : ଶନିବାର ତୁର୍କୀର ରାଜଧାନୀ ଆଙ୍କରାର ବାରୁଦ କାରଖାନାରେ ବିସ୍ଫୋରଣରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ଆଙ୍କରାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏମକେଇ ରକେଟ ଏବଂ ବିସ୍ଫୋରକ କାରଖାନାରେ ଏହି ବିସ୍ଫୋରଣ ଘଟିଛି।

ଆଙ୍କରାରାଜ୍ୟପାଳ ଭାସିପ ସାହିନ ଗଣମାଧ୍ୟମକୁ କହିଛନ୍ତି କାରଖାନାରେ କେହି ଫଶି ରହି ନାହାନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ କିଭଳି ଘଟିଲା ଏହାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *