ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ୧୨ ଡିଗ୍ରୀ, ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ

କାଠମାଣ୍ଡୂ,୧୦।୬ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ରହିଛି। ନାମଚେ ବଜାର ସମୁଦ୍ର ପତ୍ତନ ଠାରୁ ୩୪୦୦ ମିଟର ଉଚ୍ଚରେ ରହିଛି। ଗତ ଏକ ସପ୍ତାହ ଧରି ଏଠାରେ ଲଗାତାର ବର୍ଷା ହୋଇଛି ଏବଂ ଦୈନିକ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୧୨ ବର୍ଷ ମଧ୍ୟରେ ଏହା ସର୍ବାଧିକ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏଠାରେ ୧୨ ବର୍ଷ ପୂର୍ବରୁ ମଧ୍ୟ ସମାନ ତାପମାତ୍ରା ବୃଦ୍ଧି ପାଇଥିଲା। ନାମଚେ ବଜାରରେ ଏବେ ସୂର୍ଯ୍ୟ ସକାଳ ୮ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡୁଛି। ଯେଉଁ କାରଣରୁ ତାପମାତ୍ରା ଦୁଇ ଅଙ୍କ ଅତିକ୍ରମ କରୁଛି। ବିଗତ କିଛି ବର୍ଷ ମଧ୍ୟରେ, ଏହି ଋତୁରେ ନାମଚେ ବଜାରର ହାରାହାରି ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ନେପାଳର ଜଳ ଏବଂ ପାଣିପାଗ ପୂର୍ବାନୁମାନ ବିଭାଗ ଅନୁଯାୟୀ, ଏହି ଅଞ୍ଚଳରେ ଅଧିକ ବର୍ଷା ହେବାର ତୁରନ୍ତ ସମ୍ଭାବନା ନାହିଁ। ଅଧିକ ତଥା ଲଗାତାର ବର୍ଷା ହୋଇପାରେ, କିନ୍ତୁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ନାହିଁ।

Leave a Reply

Your email address will not be published. Required fields are marked *