ମୋବାଇଲ୍ ଦୋକାନରୁ ଲୁଟ୍

କୋଣାର୍କ,୧୦.୦୬- କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ବଜାର ମେଡ଼ିକାଲ ଛକ ନିକଟରେ ଥିବା ସାଇ ମୋବାଇଲ୍ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଦୋକାନ ଗୃହ ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ମୋବାଇଲ ଓ ଲାପଟପ୍ ସହିତ ଅତ୍ୟାବଶ୍ୟକ ସରଞ୍ଜାମ ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏନେଇ ଦୋକାନ ମାଲିକ ଗୋଧନପଡ଼ା ଗ୍ରାମର ଲକ୍ଷ୍ମଣ କୁମାର ମହାରଣାଙ୍କ ପୁତ୍ର ସୁବ୍ରତ କୁମାର ମହାରଣା ଶନିବାର କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସକାଳୁ ଦୋକାନ ଖୋଲିବାକୁ ଯାଇ ଦେଖନ୍ତି ତାଙ୍କ ଆଜବେଷ୍ଟସ ଓ ସିଲିଂ ଭାଙ୍ଗି ଦୋକାନରୁ ଦୁଇଟି ମୂଲ୍ୟବାନ ଲାପଟପ୍, ୧୩ଟି ନୁଆ ମୋବାଇଲ୍, ୮ଟି ପୁରୁଣା ମରାମତି ପାଇଁ ଆସିଥିବା ମୋବାଇଲ ସହ ମୋବାଇଲ କଭର, ଡାଟା କେବୁଲ, ଚାର୍ଜର, ସ୍ପିକର, ଡିସ୍ପ୍ଲେ ବୋର୍ଡ଼ ସହ ଅନେକ ମୋବାଇଲ ସରଞ୍ଜାମ ଲୁଟ୍ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। କୋଣାର୍କ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ନିର୍ଦେଶ କ୍ରମେ ପୋଲିସ୍ ପକ୍ଷରୁ ୧୩୯/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯିବା ସହିତ ପୁରୀ ଜିଲ୍ଲା ସାଇଣ୍ଟିଫିକ୍ ଓ ଡଗ ସ୍କ୍ୱାର୍ଡ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *