ଡ୍ରୋନ ରିଆକସନ୍

ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ ଉଡ଼ିବା ଉପରେ କଟକଣା।ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରୀ କରାଯାଇଛି।ଆସନ୍ତା ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ନବଯୌବନ ଦର୍ଶନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ୍। ଶ୍ରୀମନ୍ଦିର ଉପରେ, ତିନି ରଥ ନିକଟରେ ଓ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ୍ ଉଡାଣ ଉପରେ ପୁରୀ ପୋଲିସ କଟକଣା ଲଗାଇବା ସହ ଏକ ପ୍ରେସ ରିଲିଜ୍ ଜାରୀ କରିଛି। ଏହି ପ୍ରେସ ରିଲିଜରେ ଡ୍ରୋନ୍ ଉଡାଣ କଟକଣା ନେଇ ସମସ୍ତ ଗାଇଡ ଲାଇନ ଜାରୀ କରିଛି ପୋଲିସ। ତେବେ ନିୟମ ଉଲଘଂନ କଲେ ଡ୍ରୋନ୍ ଉଡାଣ ଆଇନ ନେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି। DGCA ର ଗାଇଡ ଲାଇନ୍ ଅନୁଯାୟୀ ରେଡ ଜୋନ୍ ରେ ରହିଛି ଶ୍ରୀମନ୍ଦିର। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ବେଆଇନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୁର୍ବରୁ ଏହି ନିୟମ ଉଲଘଂନ ପାଇଁ ଜଣେ ୟୁ ଟ୍ୟୁବରକୁ ଗିରଫ କରିଥିଲା ପୁରୀ ପୋଲିସ୍। ତେବେ ଡ୍ରୋନ୍ ମାଧ୍ୟମରେ ପୁରୀ ପୋଲିସ୍ ବଡଦାଣ୍ଡ, ସମୁଦ୍ରକୂଳ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ଡ୍ରୋନ୍ ଉଡାଣ କରି ସୁରକ୍ଷା ଉପରେ ନଜର ରଖିବ।