୨୯ ତମ ଉଷୁ ପ୍ରତିଯୋଗିତାରେ ୨ୟ ରନର୍ସଅପ ସ୍ଥାନ ଅଧିକାର କଲା ପୁରୀ ଜିଲ୍ଲା

ଡେଲାଙ୍ଗ, ଅନଗୁଳ ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଚାଲିଥିବା ୨୯ ତମ ଉଷୁ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ରୁ ଅଂଶ ଗ୍ରହଣ କରିଥିବା ଖେଳାଳି ମାନେ ନିଜ କୃତିତ୍ୱ ପ୍ରଦର୍ଶନ କରି ୨ୟ ରନର୍ସପ ସ୍ଥାନ ଅଧିକାର କରିଛନ୍ତି । ଖେଳାଳି ମାନଙ୍କ ମଧ୍ୟରେ ୧୨ ବର୍ଷ ରୁ କମ ବାଳକ ବିଭାଗ ୩୦ kg ରେ ଆଶିଷ ସାହୁ ରୌପ୍ୟ ପଦକ , ୧୪ ବର୍ଷ ରୁ କମ ବାଳକ ବିଭାଗ ୪୨ kg ରେ ମହେଶ୍ବର ସେଠି କାଂସ୍ୟ ପଦକ , ୧୪ ବର୍ଷ ରୁ କମ ବାଳକ ବିଭାଗ ୩୯ kg ରେ ସାଇସତ୍ୟବ୍ରତ ଦାସ କାଂସ୍ୟ ପଦକ,୧୪ ବର୍ଷ ରୁ କମ ବାଳକ ବିଭାଗ ୪୮ kg ରେ ଚନ୍ଦ୍ରଶେଖର ସାହୁ କାଂସ୍ୟ ପଦକ , କନିଷ୍ଠ ବାଳିକା ବିଭାଗ ୪୫ kg ରେ ଦୁର୍ଗାଶ୍ରୀ ମଲ୍ଲିକ କାଂସ୍ୟ ପଦକ , କନିଷ୍ଠ ବାଳିକା ବିଭାଗ ୬୦ kg ରେ ସୋନାଲିକା ବରାଳ ରୌପ୍ୟ ପଦକ , କନିଷ୍ଠ ବାଳକ ବିଭାଗ ୪୫ kg ରେ ରଶ୍ମିରଞ୍ଜନ ମଲ୍ଲିକ କାଂସ୍ୟ ପଦକ, କନିଷ୍ଠ ବାଳକ ବିଭାଗ ୫୨ kgରେ ଛାଟୋଇ ଅମରିତ ଅବିନାଶ କାଂସ୍ୟ ପଦକ , କନିଷ୍ଠ ବାଳକ ବିଭାଗ ୬୫ kg ରେ ଛାଟୋଇ ପୁଣ୍ୟକର ରାୟ କାଂସ୍ୟ ପଦକ ,କନିଷ୍ଠ ବାଳକ ବିଭାଗ ୭୦ kgରେ ତପନ ପ୍ରଧାନ କାଂସ୍ୟ ପଦକ , ବରିଷ୍ଠ ମହିଳା ବିଭାଗ ୬୫ kg ରେ ଗାୟତ୍ରୀ ସେଠୀ ରୌପ୍ୟ ପଦକ ,ବରିଷ୍ଠ ପୁରୁଷ ବିଭାଗ ୫୨ kg ରେ ଦ୍ଵିପେନ୍ଦ୍ର ସ୍ୱାଇଁ କାଂସ୍ୟ ପଦକ , ବରିଷ୍ଠ ପୁରୁଷ ବିଭାଗ ୮୦ kg ରେ ସୋମାନାଥ ଦଳାଇ ସ୍ଵର୍ଣ ପଦକ ଜିତି ପୁରୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଲକ୍ଷ୍ମୀପ୍ରିୟା ସାହୁ , ଶୁଭମ ଦାଶ, ଓ ବିଶ୍ୱପ୍ରିୟ ସ୍ୱାଇଁ ଆଦି ଖେଳାଳି ଏହି ଟିମ ର ଅଂଶ ରହିଥିଲେ । କୋଚ ନଟବର ସେଠି ଏବଂ ମ୍ୟାନେଜର ସଂଗ୍ରାମ ମହାନ୍ତି ଙ୍କ ତତ୍ୱାବଧାନ ରେ ପୁରୀ ଜିଲ୍ଲା ଟିମ ର ଏଭଳି କୃତିତ୍ୱ ରେ ଡେଲାଙ୍ଗ ଅଂଚଳ କ୍ରୀଡା ପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

ରିପୋର୍ଟ- ଗୀତାରାଣୀ ରଣଜିତ,ଡେଲାଙ୍ଗ।

Leave a Reply

Your email address will not be published. Required fields are marked *