ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳନ

ହିଞ୍ଜିଳିକାଟୁ :-୧୪/୦୬ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିବ୍ଳକର ପଞ୍ଚାୟତ ସମିତି ସଭାଗୃହରେ ବୁଧବାର ଦିନ ଲୋକକଳା ଦିବସ ପାଳନ କରାଯାଇଛି । ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ତରଫରୁ ହିଞ୍ଜିଳି ବ୍ଳକ କଳା ସଂସ୍କୃତି ସଂଘର କଳାକାର ସହିତ ଅନ୍ୟାନ୍ୟ କଳାକାରଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାକାର ସଂଘର ସଭାପତି ବିଡ଼ିଓ ଶ୍ରୀ ସୁବ୍ରତ କୁମାର ଜେନାଙ୍କ ପୌରହିତରେ ଉପସଭାପତି ସୀମାଞ୍ଚଳ ପଣ୍ଡିତ ପରିଚାଳନା କରିଥିଲେ । କଳାକାର ମାନେ ଘଣ୍ଟସ୍ଥଳ ,ମୃଦଙ୍ଗ , ଚାଙ୍ଗୁବାଦ୍ଯ ,ନାମସଂକୀର୍ତନ ପରିବେଷଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଳାକାର ତଥା ବିକାଶର ସଦସ୍ୟ ଗୁଜୁରୀ ହରିବନ୍ଧୁଙ୍କ ସହ ପ୍ରମୁଖଙ୍କ ଉପସ୍ଥିତରେ ଗଞ୍ଜାମ ଜିଲ୍ଲାର ପୁରାତନ ଲୋକକଳା ଉପରେ ଆଲୋକପାତ କରିଥିଲେ ।ଏଥସହ ସରକାରଙ୍କ ଠାରୁ ପ୍ରୋତ୍ସାହନ , ପ୍ରତି ପଞ୍ଚାୟତରେ କଳାର ବିକାଶ ଓ ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ଓ ଆବଶ୍ୟକ ସରଞ୍ଜାମ ଯୋଗାଇଦେବା ନେଇ ମତ ପ୍ରକାଶ ଆଜି କରିଥିଲେ । କଳାକାରଙ୍କ ଉନ୍ନତି ଓ ଲୋକକଳା କିପରି ବଞ୍ଚିରହିବା ସେଥପ୍ରତି ଆବଶ୍ୟକ ପଦକ୍ଷେପ ସ୍ଥାନୀୟ ପ୍ରଶାସନିକ ନେବା ପାଇଁ ଆଜି କୁହାଯାଇଛି । ଲୋକକଳା ଗ୍ରାମ ନନ୍ଦିକରେ ନିର୍ମାଣଧୀନ ନାଟ୍ୟ ମଣ୍ଡପ କୁ ଯଥାଶୀଘ୍ର ସଂପୂର୍ଣ୍ଣ ନେଇ ହିଞ୍ଜିଳିକାଟୁ ବିଡ଼ିଓ ସଂଘ ସଭାପତି ଶ୍ରୀ ଜେନା ଜଣାଇଥିଲେ । ଆଜିର ଏହି ଲୋକକଳା ଦିବସ ପାଳନ ସମାରୋହରେ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ,ଜିଲ୍ଲା ପରିଷଦ ସଦସ୍ୟ ଏ ସୁଦର୍ଶନ ,ସରପଞ୍ଚ କୃଷ୍ଣ ଭୋଳ , ଶାସନଆମ୍ବଗାଁ ସରପଞ୍ଚ ,କଂଚୁଡୁ ସରପଞ୍ଚ ,ଦାରୁଭଦ୍ରା ସରପଞ୍ଚ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ଶୁଭଶ୍ରୀ ବେହେରା ,କନିଷ୍ଠ ଯନ୍ତ୍ରୀ ପ୍ରଶନ୍ନ କୁମାର ଦଳାଇଙ୍କ ସମତେ ହିଞ୍ଜିଳିକାଟୁ ବ୍ଳକ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ରିପୋର୍ଟ :-ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରୁ ରଂଜିତ କୁମାର ପୋଲାଇ ତୀର୍ଥକ୍ଷେତ୍ର ଲାଇଭ