ପର୍ଯଟନ ବିଭାଗ ପକ୍ଷରୁ ରଜଉତ୍ସବ ପାଳିତ

କୋଣାର୍କ,୧୪.୦୬– କୃଷି ଭିତ୍ତିକ ପର୍ବ ପହିଲି ରଜ ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ କୋଣାର୍କସ୍ଥିତ ଯାତ୍ରୀନିଵାସ ପରିସରରେ ରଜ ଉତ୍ସବ ପାଳିତ ହୋଇଯାଇଛି। ପର୍ଯଟନ ବିଭାଗ ପକ୍ଷରୁ ଚାଉଳ, ବିରି ଓ ଛେନାରେ ପ୍ରସ୍ତୁତ ପୋଡପିଠା, ବିଭିନ୍ନ ପ୍ରକାରର ମଣ୍ଡା, ଏଣ୍ଡୁରି, କାକରା, ନାନମାନ, ଚକୁଳି, ଦହିବରା ସମେତ ଓଡ଼ିଆ ଖାଦ୍ୟ ସଂସ୍କୃତିର ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି। ପର୍ଯଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଥାନା ଆଇଆଇସି ପଞ୍ଚାନନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।