ଚାନ୍ଦିଲି ଥାନା ପକ୍ଷରୁ ଚୋରିଯାଇଥିବା ଜିନିଷ ଉଦ୍ଧାର

ଚାନ୍ଦିଲି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର ସହିତ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଥିବା ଏକ ପ୍ରେସ ବିଜ୍ଞପ୍ତିରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚାନ୍ଦିଲି ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ପୋଲିସ ଅଧିକାରୀ ଶ୍ରୀ ବି କେ ପାତ୍ର ଓ ଚାନ୍ଦିଲି ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ହିଆଲ ଯୋଗ ଦେଇ ଥେରୁବାଲି ଓ ଅନ୍ୟାନ୍ୟ ଅଞ୍ଚଳରୁ ଚୋରି ଯାଇଥିବା ୫ଟି ବାଜାଜ ପଲସର୍୧ଟି ହିରୋ ଗ୍ଲାମର ୨ ଟି ପାସନ୍ ପ୍ଲସ୨ଟି ହୀର ହୁଣ୍ଡା ସ୍ପ୍ଲେଣ୍ଡର୧ଟି ବାଜାଜ ସ୍ପ୍ଲେଣ୍ଡର୍ ହୁଣ୍ଡା୧ଟି ସି ବି ଜେଡ ୪ଟି ମୋବାଇଲ ଫୋନ୍ ଓ ଗୋଟିଏ ଲାପଟବ୍ ଉଦ୍ଧାର ହେବା ସହ ଅଭିଯୁକ୍ତ ମାନଙ୍କୁ ଧରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ଏହି ଚୋରିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଅନୁସନ୍ଧାନ ଜାରି ରହିଛି । ଜିନିଷ ଉଦ୍ଧାର ପାଇଥିବାରୁ ଅଭିଯୋଗ କାରି ମାନେ ଖୁସି ବ୍ୟକ୍ତ କରିବା ସହ ପୋଲିସ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଚା ନ୍ଦିଲି ଥାନା ପକ୍ଷରୁ ଉଦ୍ଧାର ଜିନିଷ ମଧ୍ୟରୁକୁଲିର ଗୋଟିଏ ବାଇକ, ମୋବାଇଲ ଫୋନ ଓ ଲାବଟପ୍ ଥେରୁ ବାଲିର ଅଭିଯୋଗ କାରିଙ୍କୁ ହସ୍ତାନ୍ତର କରାଯାଇଥିଲା । ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ

Leave a Reply

Your email address will not be published. Required fields are marked *