ଯୁବ ବିଜେଡି ନେତାଙ୍କୁ ଗୁଳିକାଣ୍ଡକୁ ନେଇ ବିଜେପିର ପ୍ରେସମିଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଯୁବ ବିଜେଡି ନେତାଙ୍କୁ ଗୁଳିମାଡ ଘଟଣା।ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମିଳନିରେ ସହରବାସି ଅସୁରକ୍ଷିତ ଥିବା ସହ ପୋଲିସର ନିସ୍କ୍ରିୟତା ଯୋଗୁ ଏହି ଘଟଣା ବାରମ୍ବାର ଘଟିଚାଲିଥିବା ସୂଚନା ଦେଇଛନ୍ତି।ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ବିଳମ୍ବିତ ରାତିରେ ଦୂର୍ବୁତ୍ତ ମାନେ ବାଇକରେ ଆସି ୨ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଥିଲେ।ତେବେ ଏହି ଘଟଣା ଥରେ ନୁହେଁ ତିନି ତିନି ଥର କାହ୍ନୁ ସାହୁଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଚାଲିଛି।କିନ୍ତୁ ପୋଲିସ ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହିଁ।ଯାହା ଫଳରେ ସହର ମଧ୍ୟ ଏଭଳି ଅପରାଧ ବଢି ଚାଲିଛି।ଏହାକୁ ଦୃଢ ନିନ୍ଦା କରିବା ସହ ଦୋଷିଙ୍କୁ ଦଣ୍ଡ ଦେବା ସହ ସହର ବାସିଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *