ଗୋପରେ ରଜ ପର୍ବ ପାଳିତ

ଗୋପରେ ଥିବା ଆଖଣ୍ଡଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରଜୋତ୍ସବ 2023 ଅନୁଷ୍ଠିତ ଯାଇଛି l ଉକ୍ତ ଉତ୍ସ କୁ ଗୋପ ପଞ୍ଚାୟତ ର ଆଖଣ୍ଡଳେଶ୍ୱର ମହିଳାଶକ୍ତି ସଂଗଠନ ଗୋପ ର ତୁଳସୀ ଆଞ୍ଚଳିକ ମଞ୍ଚ ଦ୍ଵାରା ଆୟୋଜନ କରାଯାଇଥିଲା l ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଗଣପର୍ବ ରଜୋତ୍ସବରେ 5ଶହ ରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ l ତୁଳସୀ ଆଞ୍ଚଳିକ ମଞ୍ଚ ଦ୍ଵାରା ୨ୟ ବାର୍ଷିକ ରଜୋତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବ କୁ ଅତିଥିମାନଙ୍କୁ ପରାମ୍ପରିକ ବାଦ୍ୟ ଓ ନାଗା କାଳିକା ନାଚ ମଧ୍ୟରେ ଗୋପ ବଜାର ଠାରୁ ଏକ ରୋଷଣୀ କରାଯାଇ ସ୍ୱାଗତ କରାଯାଇ ମଞ୍ଚ ପର୍ଯ୍ୟନ୍ତ ନେଇଥିଲେ ସଂଗଠନ ର ମହିଳାମାନେ l ଏଥିରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ, ସତ୍ୟବ୍ରତ ପାତ୍ର(ରମୁ ଭାଇ ) ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ଅନୁଷ୍ଠାନିକ ଭାବେ ଉତ୍ସବ କୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ l ଉକ୍ତ ଉତ୍ସବ ରେ ମୁଖ୍ୟବକ୍ତା ଭାବେ ଗୋପ ବ୍ଲକ ର ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ସଂମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍ ଓ ସମାଜସେବୀ ପୁନେଶ କୁମାର ସେନାପତି, ସଂଗଠନ ର ସଭାପତି ଜ୍ୟୋସ୍ନାରାଣୀ ସେନାପତି, ଗୋପ ପଞ୍ଚାୟତ ର ସମିତି ସଭ୍ୟl ଲିଲି ଦାସ, ସଂଗଠନ ର ଏମ ବି କେ ସୁକାନ୍ତି ଦେଇ ,ସାଧାରଣ ସମ୍ପାଦିକା ଶୈଳବାଳା ପରମାଣିକ, ରାଜ୍ୟ କୋପାର୍ଟୀଟିଭ ବ୍ୟଙ୍କ ର ଉପସଭାପତି ତୃପ୍ତିମୟୀ ପ୍ରଧାନ , ଆଞ୍ଚଳିକ ମଞ୍ଚର ସଭାପତି ମନୋରମା ସିଂ ଧନ୍ୟବାଦ ଅର୍ପଣ କରିଥିବାବେଳେ ମଞ୍ଚକୁ ପରିଚାଳନା କରିଥିଲେ ସଂଗ୍ରାମ କେଶରୀ ଭୋଳ, ସୁଲଚନା ସିଂ, ରିତା ରାଣୀ ଦାସ ପ୍ରଭୁତି ସହଯୋଗ କରିଥିଲେ l ଚଳିତ ବର୍ଷ ବିଭିର୍ଣ୍ଣ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମାଟ୍ରିକ ମେଧାବୀ ସମ୍ମାନ 2022 ପ୍ରଦାନ କରାଯାଇଥିଲା ଗୋପ ସରକାରୀ ନିଗମାନନ୍ଦ ହାଇସ୍କୁଲ ର ଛାତ୍ର ସାର୍ଥକ ପଟ୍ଟନାୟକ ଙ୍କ ମାନପତ୍ର ଓ ପୁଷ୍ପ ଗୋଛା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ତତସହିତ ବିଭିର୍ଣ୍ଣ ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *