ଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ଵାରା ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ

ଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ଵାରା ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ। ଲେଭେଲ କ୍ରସିଙ୍ଗ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ ଏକ ବିଶ୍ୱବ୍ୟାପୀ ପଦକ୍ଷେପ। ତେଣୁ ଲେଭେଲ କ୍ରସିଙ୍ଗ ଠାରେ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସଡ଼କ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ୧୫\୦୬\୨୦୨୩ ରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ, ହରିପୁରଗ୍ରାମ ଜଙ୍କସନ ରେଳ ଷ୍ଟେସନ ନିକଟ ଲେଭେଲ କ୍ରସିଙ୍ଗ ଗେଟ ସଂଖ୍ୟା କେପି-୨ ଠାରେ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସଚେତନତା ପାଇଁ ଲେଭେଲ କ୍ରସିଙ୍ଗ ଗେଟଠାରେ ସୁରକ୍ଷା ସତର୍କତା ପାଇଁ ଜନ ପରାମର୍ଶ, ଲିଫ୍ଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା। ଏହି ପ୍ରଥପ୍ରାନ୍ତ ନାଟକ ଦ୍ଵାରା ଜନସାଧାରଣଙ୍କୁ ଶିକ୍ଷିତ କରାଯାଇଥିଲା ଯେ ଟ୍ରେନ ଫାଟକ ଅତିକ୍ରମ କରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥାଏ, ତେଣୁ ଫାଟକ ବନ୍ଦ ଥିବା ସମୟରେ ଜନସାଧାରଣ ଧୈର୍ଯ୍ୟ ରଖନ୍ତୁ ଆଉ ଗେଟ୍ ବନ୍ଦ ଥିଲା ବେଳେ ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ। ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ସାଧାରଣ ଜନତାଙ୍କୁ ଅନୁରୋଧ କରି କହିଥିଲେ ଯେ, ସମସ୍ତଙ୍କ ଜୀବନ ଅମୂଲ୍ୟ ଏବଂ ଲେଭେଲ କ୍ରସିଙ୍ଗ ଫାଟକ ଅତିକ୍ରମ କରୁଥିବା ବେଳେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଖୋର୍ଦ୍ଧା ରୋଡ଼ ମଣ୍ଡଳର ଥିବା ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂ ଗେଟ୍ ଗୁଡିକ ୨୦୧୫ ସୁଦ୍ଧା, ରୋଡ୍ ଅଣ୍ଡର ବ୍ରିଜ୍ (ଆର ୟୁ ବି), ରୋଡ୍ ଓଭର ବ୍ରିଜ୍ (ଆର ଓ ବି), ସୀମିତ ଉଚ୍ଚତା ସବୱେ (ଏଲ ଏଛ ସି) ଏବଂ ଡାଇଭର୍ସନ ରୋଡ୍, ନିର୍ମାଣ ଦ୍ୱାରା ହଟାଯାଇଥିଲା