କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି “ବିପଦବନ୍ଧୁ ସେବା ସଂଗଠନ” ତରଫରୁ କିଛି ଛୋଟ ଶିଶୁ ଏବଂ ବେସାହାରା ଲୋକମାନଙ୍କୁ ମାସ୍କ, ଶୁଖିଲାଖାଦ୍ୟ ବଣ୍ଟନ…

୧୪/୭:ତିହିଡ: ଦୋଳସାହି: କରୋନା ମହାମାରୀ ସହିତ ଆମ ଦେଶ ଯେପରି ସଂଘର୍ଷ କରୁଅଛି, ତାହାପରେ ଲୋକ ସଚେତନତା ହେଉନାହାନ୍ତି, ଆଉ କିଛି ଦିନ ପରେ କରୋନାର ତୃତୀୟ ଲହର ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଅଛି, ଏହି କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ତିହିଡିର ଅଗ୍ରଣୀ ସାମାଜିକ ସଂଗଠନ ତଥା ଗରିବ, ଦୁଃଖୀ ମଣିଷର ଅସହାୟର ଆଶାବାଡି “ବିପଦବନ୍ଧୁ ସେବା ସଂଗଠନ ତାହାର ସେବାକାର୍ଯ୍ୟ ଜାରି ରଖିଛି, ଆଜି ଦୋଳସାହି ବଜାର ସ୍ଥିତ କୁଣ୍ଡିପୋଲ, ବାସନ୍ତୀ ପଡିଆରେ କିଛି କେଳା ବସ୍ତିର ଲୋକ ବସବାସ କରୁଛନ୍ତି,ସେମାନଙ୍କ ନିକଟରେ ବିପଦବନ୍ଧୁ ସେବା ସଂଗଠନର ସମାଜସେବୀ ଭାଇମାନେ ପହଞ୍ଚି ସଂଗଠନର ସମାଜସେବୀ ଭାଇମାନଙ୍କ ପ୍ରଚେଷ୍ଟା ଓ ସହଯୋଗରେ ପ୍ରସ୍ତୁତ ହୋଇଥିବା କିଛି ଶୁଖିଲାଖାଦ୍ୟ (ଚୁଡା, ମୁଡି, ବିସ୍କୁଟ, ଚିନି, ସାବୁନ)ତତ ସଙ୍ଗେ ସଙ୍ଗେ ଉକ୍ତ ବସ୍ତିର କନକ ଦାସ, ମାଗୁଣି ଦାସ,ଶିବ ଦାସ, ଓ କାଳନ୍ଦୀ ଦାସ ସମସ୍ତ ପରିବାରର ପ୍ରତ୍ୟେକ ବଡ ଲୋକ ଏବଂ ଛୋଟ ଶିଶୁମାନଙ୍କୁ କରୋନାକୁ ଦୃଷ୍ଟିରେ ରଖି ମାସ୍କ ପ୍ରଦାନ କରିଥିଲେ, ତତ ସଙ୍ଗେ ସଙ୍ଗେ କୁବେରା ପଞ୍ଚାୟତ ଇଟାଗଡି ଗ୍ରାମର ଲୁଣିଚାନ୍ଦି ପଡିଆରେ ବସବାସ କରୁଥିବା ଛଅ ପରିବାରର କେଳା ସମ୍ପ୍ରଦାୟର ବସ୍ତି ବାସିନ୍ଦାକୁ ସେହିପରି କିଛି ଶୁଖିଲାଖାଦ୍ୟ ସହିତ ମାସ୍କ ବଣ୍ଟନ କରିଥିଲେ,ଏହା ସହିତ ଇଟାଗଡି ଓ ଦୀପବାଡ଼ି ଗ୍ରାମର ତିନି ଶାରୀରିକ ବିକଳାଙ୍ଗ ପିଲାଙ୍କୁ ମଧ୍ୟ ମାସ୍କ ଓ ଶୁଖିଲାଖାଦ୍ୟ ପ୍ରଦାନ କରିଥିଲେ, ସଂଗଠନର ଏହିପରି ସେବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଠାରୁ ଝୁରି ଝୁରି ପ୍ରଶଂସା ମିଳିଥିଲା, ସଂଗଠନର ଏହିଭଳି କାର୍ଯ୍ୟକ୍ରମଟିକୁ ଆୟୋଜନ କରିବାପାଇଁ ସଭାପତି କୈଳାଶ ସାହୁ, ସମ୍ପାଦକ ଅଲେଖ ଜେନା, ପ୍ରଦୀପ ଦାସ, ରାଜେଶ ପରିଡା, ରାଜେୟ ବାରିକ, ଲୋକନାଥ ପରିଡା, କାଳିଆ, ସୁରେନ୍ଦ୍ର ପରିଡା ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଗୁଡିକ ସମ୍ପାଦନ କରାଯାଇଥିଲା, ଏହି ଅଞ୍ଚଳର ଦୁଇଜଣ ପରୋଉପକାରୀ ସମାଜସେବୀ କୁଶକିଶୋର ବାରିକ ଓ ନିର୍ମଳ ମହାନ୍ତି ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିବାପାଇଁ ସହଯୋଗ ଓ ସାହାଯ୍ୟର ହାତ ବଡାଇଥିଲେ,ଏବଂ ବିପଦବନ୍ଧୁ ସେବା ସଂଗଠନର ଜଣେ କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱସମ୍ପର୍ଣ୍ଣ ଯୁବ ସମାଜସେବୀ ରଞ୍ଜନ ଶୁକ୍ଳ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପରେ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *