ରଜ ପର୍ବ ଅବସରରେ ଦହି ପଣା ବଣ୍ଟନ

ଡେଲାଙ୍ଗ, ଅସହ୍ୟ ତାତି ଓ ଗୁଳି ରୁ ପଥିକମାନଙ୍କ ତୃଷା ନିବାରଣ ପାଇଁ ଗ୍ଲୋବାଲ 222ସଂଗଠନ ପକ୍ଷରୁ ଦହି ପଣା ବଣ୍ଟା ଯାଇଛି ! ସଂଗଠନ ର ସଭାପତି ସମୟ ରଞ୍ଜନ ବିଶ୍ୱାଳ ତତ୍ୱାବଧାନରେ ଏହି ରଜ ପର୍ବ ଅବସରରେ ଡେଲାଙ୍ଗ – ଇନ୍ଦିପୁର ରାସ୍ତାର ପାଟପୁର ଛକ ଠାରେ ପଥିକମାନଙ୍କ ତୃଷା ନିବାରଣ ପାଇଁ ଏକ ଦହି ପଣା ବଣ୍ଟନ କେନ୍ଦ୍ର ଖୋଲିଛନ୍ତି ! ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଯାତାୟତ କରିଥାନ୍ତି !ଯାହାଫଳରେ ପଥିକ ମାନେ ଏହାର ସୁବିଧା ନେଉଛନ୍ତି! ଏଥିରେ ସଂଗଠନର ସଦସ୍ୟ ସିଦ୍ଧାର୍ଥ ପ୍ରଧାନ, ସୁକାନ୍ତ ପରିଡା, ରାଜେଶ ବେହେରା, ସୁଶାନ୍ତ ପ୍ରଧାନ, ହରିହର ରଥ ଓ ରାମକୃଷ୍ଣ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *