କୋଣାର୍କରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

କୋଣାର୍କ ୧୮.୦୬.୨୦୨୩ – କୋଣାର୍କ ନିକଟସ୍ଥ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ, ନୂଆଗାଁ ପରିସରରେ ଆଜି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଶ୍ରାଦ୍ଧ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜାତୀୟ ସମର ଶିକ୍ଷ୍ୟାର୍ଥୀ ବାହିନୀ ର ଅଧିକାରୀ ଦିଲ୍ଲୀପ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ରାମକୃଷ୍ଣ ମହାନ୍ତି, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ପ୍ରମୁଖ ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *