ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା, ୧୮/୦୬- ଆଜି ପୂର୍ବାହ୍ନ 10.30 ମିନିଟ ରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ଆସନ୍ନ ବାତ୍ୟା ପରିଚାଳନା ର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିବା ସଂଗେ ସଂଗେ ବୈଠକ ର ଆଭିମୁଖ୍ୟ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ।ଡେପୁଟି କଲେକ୍ଟର, ଜରୁରୀ ବିଭାଗ ମମତା ସାହୁ ବୈଠକ ପରିଚାଳନା କରିଥିଲେ।
ବିପର୍ଯୟ ପୂର୍ବରୁ, ବିପର୍ଯ୍ୟୟ ସମୟ ରେ ଏବଂ ପରେ ପରିସ୍ଥିତି ର ମୁକାବିଲା କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, କ୍ଷେତ୍ରାଧିକାରୀ, ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା। ଆଜି ମଧ୍ୟ ଜିଲ୍ଲର 10 ଟି ବ୍ଲକ ଏବଂ 5 ଟି ପୌରାଞ୍ଚଳ ରେ ଏ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲପାଳ ସମସ୍ତ ବିଭାଗ ସହ ଆଲୋଚନା କ୍ରମରେ ପ୍ରଥମେ ଡେପୁଟି କଲେକ୍ଟର, ଜରୁରୀ ବିଭାଗ ଙ୍କୁ ସମସ୍ତ ବିଷୟରେ ସଠିକ ତଥ୍ୟ ରଖିବାକୁ କହିଥିଲେ। ଜଳସେଚନ ବିଭାଗ କୁ ବିପଦ ସଂକୁଳ କେନାଲ ଗୁଡିକୁ ଚି଼ହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ, ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ କହିଥିଲେ। ଶିକ୍ଷାଧିକାରୀ 1340 ବିଦ୍ୟାଳୟ କୁ ଆଶ୍ରୟ ସ୍ଥଳୀ, ପ୍ରତ୍ୟେକ ବ୍ଲକରେ ଆଶ୍ରୟ ସ୍ଥଳୀ ର ମହଜୁଦ ଥିବା ଦର୍ଶାଇଥିଲେ।ବିପର୍ଯୟ ସମୟରେ ଏବଂ ପରେ ଆଶ୍ରୟ ସ୍ଥଳୀ କୁ ପରିଷ୍କାର ରଖବା ଷ୍ଟାଫ ମୁତୟନ କରିବେ ବୋଲି ଦର୍ଶାଇ ଥିଲେ। ସେହିପରି ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ବ୍ୟବସ୍ଥା ପାଇଁ RWSS ଏବଂ ସହରାଞ୍ଚଳ ପାଇଁ WATCO ଙ୍କୁ ଶୁଦ୍ଧ ପାନୀୟ ଜଳ, ଜେନେରେଟର, ପାଣି TANKER, ପାଣି ବୋତଲ, ବ୍ଲିଚିଙ୍ଗ ପାଉଡର ମହଜୁଦ ରଖିବାକୁ ଏବଂ ପାଣିର ବିଶୁଧିକରଣ ନିମନ୍ତେ ପରାମର୍ଶ ଦେଇଥିଲେ।ବିଦ୍ୟୁତ ବିଭାଗ କୁ ସଜାଗ ରହି ବାତ୍ୟା ର ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
R. D ବିଭାଗ ର ଯନ୍ତ୍ରୀ ବିପଦ ସଂକୁଳ ସ୍ଥାନ ଚି଼ହ୍ନଟ କରି 20 ଜଣ ଲୋକ ନିଯୁକ୍ତ କରି ଗଛ ପଡି ରାସ୍ତା ଅବରୋଧ କୁ ମୁକାବିଲା କରିବା ପାଇଁ ତତ ସହ ସହକାରୀ ଯନ୍ତି, ସ୍ଥାନିୟ କଣ୍ଟ୍ରାକ୍ଟର ର ସହଯୋଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ପଶୁ ବିଭାଗ ର ବହୁଳ ସଂଖ୍ୟା ରେ ମୃତ ପଶୁ ମାନଙ୍କର ଶବ ବ୍ୟବଛେଦ କରାଯିବା ପାଇଁ କିପରି ତ୍ୱରିତ ପଦକ୍ଷେପ ନିଆଯାଇ ପାରିବ ସେ ପରାମର୍ଶ ଲୋଡ଼ିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗର୍ଭବତୀ ମହିଳା, ଶିଶୁମାନଙ୍କୁ ମିଶନ ଶକ୍ତି ଗୃହ, ଅଙ୍ଗନବାଡି ଗୃହ ରେ ଥଇଥାନ କରିବା, ଶିଶୁ ଖାଦ୍ୟ ଯୋଗାଇଦେବା , ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ସେହିପରି DWO, RTO, TELEPHONE, ସମସ୍ତ ଙ୍କୁ ତତ୍ପର ରହି ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। DIPRO ଙ୍କୁ ମେଡ଼ିଆ କଭରେଜ କରିବାକୁ, ଜନ ସାଧାରଣ ଙ୍କୁ ଭୟଭୀତ ନ ହେବା ପାଇଁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।Tourist officer ତୀର୍ଥଯାତ୍ରୀ ମାନଙ୍କୁ ବାରଣ କରିବାକୁ ଏବଂ RMC ବିଭିନ୍ନ PLATFORM ରେ ସୁଲ୍ଲଭ ମୂଲ୍ୟ ରେ ଜିନିଷ ଯୋଗାଇ ଦେବାକୁ ଅଭିବ୍ୟକ୍ତ କରିଥିଲେ।
ଏହି ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ- ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ, ବିଶ୍ୱନାଥ ତରାଇ, ଆର. ଟି . ଓ, ବିକାଶ ଚୌଧୁରୀ, ଏ. ଆର. ଟି . ଓ. ଅରବିନ୍ଦ ନାୟକ, ଟୁରିଷ୍ଟ ଅଫିସର ମୀରାବାଈ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ, ଫାୟାର ଅଫିସର, ବନ ବିଭାଗ ଅଧିକାରୀ, ପ୍ରମୁଖ ଯୋଗ ଦେଇଥିଲେ।