କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଚନ୍ଦକା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଅନ୍ନପ୍ରସାଦ ସେବା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଦୀର୍ଘ ୭ବର୍ଷ ହେବ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ସେବା ଦେଇ ଆସୁଥିବା କଟକ- ଭୁବନେଶ୍ବର- ଖୋର୍ଦ୍ଧା- ଚନ୍ଦକା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଚଳିତ ବର୍ଷ ମଧ୍ୟ ଚାଳିଶ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ବଡ଼ଦାଣ୍ଡ ବଗଲା ଧର୍ମଶାଳା ନିକଟସ୍ଥ ପୁରୀ ଗ୍ରାମ୍ୟ ବ୍ୟାଙ୍କସାମ୍ନାରେ ଅନ୍ନ ପ୍ରସାଦ ସେବା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି.ସକାଳ 6ଟା ରୁ 9ଟା ପର୍ଯନ୍ତ ଜଳଖିଆ, ଥଣ୍ଡା ପାନୀୟ ଦିଆଯିବ ଏବଂ ଦିନ 11ଟାରୁ ଅନ୍ନପ୍ରସାଦ ଦିଆଯିବାର କାର୍ଯ୍ୟକ୍ରମ ରହିଛି. ରୋଷଇ ଠାରୁ ଆରମ୍ଭ କରି ଖାଦ୍ୟ ପରସିବା ଏବଂ ସଫା ସୁତୁରା ରଖିବା ଇତ୍ୟାଦି କାର୍ଯ୍ୟ ପାଇଁ ମହାସଂଘର 350 ଜଣ ସକ୍ରିୟ ସଦସ୍ୟ ଉପସ୍ଥିତ ରହିବେ ବୋଲି ମହାସଂଘର ସଭାପତି ଶ୍ରୀଯୁକ୍ତ ଗଣେଶ ମାହାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି.

Leave a Reply

Your email address will not be published. Required fields are marked *