ମୃଦାନୀ ଶଙ୍କର ପ୍ରସାଦ ମିଶ୍ର ଙ୍କ ଘରୁ ଚୋରି

ଚିଲିକା :ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ତ ଗୋପୀନାଥପୁର ଛକ ନିକଟସ୍ତ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର ଙ୍କ ଘରୁ କାଲି ବିଳମ୍ବିତ ରାତ୍ରିରେ ଗେଟ ତାଲା ଓ ଘର ତାଲା ଭାଙ୍ଗି ଏକ ସ୍କୁଟି ଗାଡି, ଏକ ଲାପଟପ ଓ କିଛି ସୁନା ଗହଣା ସହିତ ନଗଦ ପାଖ ପକ୍ଷୀ ଦଶ ହଜାର ଟଙ୍କା ଲୁଟେରା ମାନେ ଲୁଟି ନେଇଛନ୍ତି l ସୂଚନା ମୁତାବକ ମିଶ୍ର ବାବୁ ହେଉଛନ୍ତି ବାଲୁଗାଁ ମହାବିଦ୍ୟାଳୟ ର ଇତିହାସ ଆଦ୍ୟାପକ l ଗତ କାଲି ବଡକୁଳ ଗ୍ରାମ ଠାରେ ତାଙ୍କ ସମ୍ପର୍କୀୟ ଙ୍କ ବ୍ରତହର ଥିବାରୁ,ସେ କାଲି ସପରିବାର ସହ ଦିବା ନଅ ଘଣ୍ଟିକା ସମୟରେ ଛାଲିଯାଇ ଥିଲେ ଏବଂ ଆଜି ସଖାଳୁ ଆସି ଦେଖନ୍ତିତ ସାମ୍ନା ପଟ ଗେଟ ତାଲା ଭଙ୍ଗା ଯାଇଅଛି l ତା ସହିତ ଘର ତାଲା ମଧ୍ୟ ଭଙ୍ଗା ଯାଇଅଛି l ଘରେ ଆସି ଦେଖିଲା ବେଳକ ଦୁର୍ବୁତ୍ତ ମାନେ ଘର ଗଡ଼ରେଜ ଆଲମିରା ଲକର ଭାଙ୍ଗି କଳା କନା ବୁଲେଇ ଦେଇଛନ୍ତି l ଏହା ଦେଖି ମିଶ୍ର ବାବୁ ତୁରନ୍ତ ପୋଲିସ ଆଦିକାରୀଙ୍କୁ ଖବର ଦେଇଥିଲେ ଏବଂ ପୋଲିସ ଆସି ତଦନ୍ତ କରି ଥିଲେ l ଏହି ଘାଟଣ କିଛି ନୁଆଁ କଥାନୁହେଁ l କିଛି ଦିନ ତଳେ ଦିନ ଦିହି ପ୍ରହରେ କାରରେ ଆସି ଏହି ଗୋପୀନାଥପୁର ଛକ ନିକଟରେ ଜଣକ ଘରେ ପଶି ବହୁ ଧନ ସମ୍ପତି ଲୁଟି ନେଇଥିଲେ ମଧ୍ୟ ପୋଲିସ ଏଯାବତ ଚୋର ଧରିବାରେ ବିଫଳ ହୋଇଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଅଛି l ଅଳ୍ପ ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ଘଟଣା ଘଟିବା ପରେ ଏଠାକାର ସ୍ଥାନୀୟା ବାସିନ୍ଦା ମାନେ ଭୟବିତ୍ତ ହୋଇପଡିଛନ୍ତି l ନିଜ ଧନ ଜୀବନକୁ ଲୋକେ ଆଉ ସୁରକ୍ଷିତ ମଣୁନାହାନ୍ତି l ଦୁର୍ବୁତ୍ତ ମାନେ ପୋଲିସ ଆଖିରେ ଧୁଳି ଦେଇ ଗୋଟେ ପରେ ଗୋଟେ ଘଟଣା ଘାଟେଇବାରେ ସକ୍ଷମ ହୋଇପାରୁଛନ୍ତି l ଡକାୟତ ମାନଙ୍କ ଉପରେ ପୋଲିସ ର ତୀକ୍ଷନ ନଜର ରଖିବାକୁ ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ତାକୁ କଡାକଡି କରିବାକୁ ଜନସାଧାରଣରେ ଦାବି ହେଉଅଛି ।

Leave a Reply

Your email address will not be published. Required fields are marked *