ନାଗାବଳୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା

ରାୟଗଡା ବ୍ଲକ୍ ଅନ୍ତର୍ଗତ ଜେକେପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଭଳି ଉପାନ୍ତ ଅଞ୍ଚଳରେ ବନବାସୀ ଭାଇ ଓ ଭଉଣୀମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ସହସ୍ର ସଂଖ୍ୟାରେ ଯୋଗ ଦେଇ ମହା ପ୍ରଭୁଙ୍କ ରଥ ଟାଣିଥିଲେ । ଜେକେ କାଗଜ କଳର ମୁଖ୍ୟ ଶ୍ରୀ ବିନୟ କୁମାର ଦ୍ବିବେଦୀ ମହାପ୍ରଭୁଙ୍କ ରଥରେ ଛେରାପହଁରା ନୀତି କରିଥିବାବେଳେ ପରିଚାଳନା କମିଟିର ସଭାପତି ଶ୍ରୀ ଛବିଳ ବେହୁରା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ପହଣ୍ଡି ବିଜେ ଠାରୁ ଆରମ୍ଭ କରି ରଥ ଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅପରାହ୍ନରେ ରଥ ଟଣା ଆରମ୍ଭ ହୋଇ ଅସ୍ଥାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ଚାନ୍ଦିଲିଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟିରସଦସ୍ୟ ଶ୍ରୀ ପ୍ରିୟବତ ମହାନ୍ତି, ପ୍ରଭାତ ବେହୁରା, ଦିବାକର ସ୍ବାଇଁ, ଲକ୍ଷ୍ମୀ ନାରାୟଣ ଦଳପତି ରାୟ ଧୀରେନ୍ଦ୍ର ସୂତାର, ଲକ୍ଷ୍ମୀ କାନ୍ତ ଭୂୟାଁ ପ୍ରମୁଖ ଭକ୍ତ ମାନଙ୍କର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥଲେ । ସେହି ପରି ଅମଳା ଭଟ୍ଟା ଛକଠାରେ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ପକ୍ଷରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ମୁଖ୍ୟ ସୁଶ୍ରୀ କ୍ରିଷ୍ଣା ନାୟକଙ୍କସମେତ ଜାନକୀ ଲତା ମହାପାତ୍ର,ଶ୍ରୀ ଗଦାଧର ପଲେଇ ବିଦ୍ୟାଧର ଦାସ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ରଥ ଟାଣିଥିଲେ ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ