କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗସ୍ତରେ ତାଳଚେର ଆସି ଗରିବ କଲ୍ୟାଣ ସମାବେଶରେ ଯୋଗଦେଲେ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗସ୍ତରେ ତାଳଚେର ଆସି ଗରିବ କଲ୍ୟାଣ ସମାବେଶରେ ଯୋଗଦେଲେ ।ମୋଦି ସରକାର ଙ୍କର ସେବା, ସୁଶାସନ ଓ ଗରିବ କଲ୍ୟାଣ ର ୯ ବର୍ଷ ପୂର୍ତ୍ତି ଅବସରରେ ତାଳଚେର ର ଦେଉଳବେଡ଼ା ଦୁର୍ଗା ମଣ୍ଡପ ପଡ଼ିଆରେ ଆଜି ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି । ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଗସ୍ତରେ ତାଳଚେର ଆସି ଏହି ଗରିବ କଲ୍ୟାଣ ସମାବେଶ ରେ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶରେ ତାଳଚେର ସମେତ ଅନୁଗୋଳ ଜିଲ୍ଲାର କୋଣ ଅନୁକୋଣ ରୁ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ମୋଦି ସରକାରଙ୍କର ୯ ବର୍ଷ ସେବା,ସୁଶାସନ ମଧ୍ୟରେ ସାରା ଭାରତରେ ଏବଂ ତାଳଚେର ର ଲୋକଙ୍କ ପାଇଁ ଯାହାସବୁ ବିକାଶ ହୋଇଛି, ସମସ୍ତଙ୍କୁ ଅବଗତ କରାଇବା ନିଜ ବକ୍ତବ୍ୟରେ ଅଭିଭାଷଣ ରଖିଥିଲେ।

Reporter- Uttam Das

Leave a Reply

Your email address will not be published. Required fields are marked *