ରକ୍ତଦାନ ଶିବିର

ସିଂଘାଣିଆ ଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ। ଜେକେ କାଗଜ କଳ ତରଫରୁ ରାୟଗଡା ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ୍ ସହଭାଗିତା ରେ ଜେକେ ପରିସରରେ ଜେକେ ଗ୍ରୁପ୍ ର ଭୂତପୂର୍ବ ଅଧ୍ୟକ୍ଷ ହରିଶଙ୍କର ସିଂଘାଣିଆ ଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜେକେ ଲେଡିଜ୍ କ୍ଲବର ସଭା ନେତ୍ରୀ ଶ୍ଵେତା ଦ୍ଵିବେଦୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀ ବିନୟ ଦ୍ଵିବେଦୀ, ଉପ ସଭାପତି (କାର୍ମିକ ) ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି (ବାଣିଜ୍ଯ), ସନ୍ଦୀପ ପାଣ୍ଡେ ମହା ପ୍ରବନ୍ଧକ (ମାନବ ସମ୍ବଳ ) , ଡାଃ କେ ଭି ରାଓ ଜେକେ ଡିସ୍ପେନସାରୀ ମୁଖ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଜେକେ କର୍ମଚାରୀ ତଥା ତାଙ୍କ ପରିବାର ବର୍ଗ ସର୍ବ ମୋଟ ୧୪୦ ୟୁନିଟ୍ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲଡ୍ ବ୍ୟାଙ୍କ୍ ର ଡାଃ ଗୋବିନ୍ଦ ପଟ୍ଟନାୟକ, ସରୋଜ ଆଚାର୍ଯ୍ଯ ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ। ଜେକେ କାଗଜ କଳ ତରଫରୁ ୱେଲଫେଆର ଟିମ୍ ର ମୁଖ୍ୟ ରଞ୍ଜିତ ଦାସ, ମୁଖ୍ୟ ପ୍ରବନ୍ଧକ, ଭାସ୍କର ନାଇଡୁ, , ଶିବ ଶଙ୍କର ପଣ୍ଡା ଅଫିସର ୱେଲଫେଆର, ଟି ଭେଙ୍କଟ ରାଓ ପ୍ରମୁଖ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *