ଜୀ-ସାର୍ଥକ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କଲି ଉସ୍ତାଦ ‘ ଅଡିସନ୍ ରେ ଭାଗ ନିଅନ୍ତୁ

ଜୀ-ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କଲି ଉସ୍ତାଦ’। ଏହି ମେଗା ରିଆଲିଟି ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି । ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ । ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି । ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କଲି ଉସ୍ତାଦ’ ପାଇଁ ଅଡିସନ୍ ଖୁବ୍ ଶୀଘ୍ର ଓଡ଼ିଶାର କିଛି ପ୍ରମୁଖ ସହରରେ ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି, ଯେପରିକି ଜୁଲାଇ ୧ ତାରିଖରେ ପୁରୀର ସୁବାଷ ବୋଷ ଛକ ନିକଟରେ ଥିବା ସଂସ୍କୃତି ଭବନରେ ଓ ଜୁଲାଇ ୨ ତାରିଖ ଭୁବନେଶ୍ବରରେ ୟୁନିଟ୍ ୧ ରେ ଥିବା କସ୍ତୁରବା ନାରୀ ମହଲରେ ଅଡିସନ୍ ହେବାର କାର୍ଯ୍ୟକ୍ରମ ରହିଛି । ଭାଗ ନେବା ପାଇଁ ବୟସ ସୀମା ୫ ବର୍ଷରୁ ୧୫ ବର୍ଷ ରହିଛି । ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’ ରେ ଭାଗ ନେବାପାଇଁ ଜୀସାର୍ଥକ ଦେଖିବା ସହ ଜଲଦି ଜୀ-ସାର୍ଥକର ସୋସିଆଲ ମିଡ଼ିଆ ପେଜ୍ ରେ ଯୋଡ଼ି ହୋଇ ନିଜ ସ୍ବପ୍ନକୁ ପୂରଣ କରନ୍ତୁ ।‘ସାରେଗାମାପା’ ହେଉଛି ଓଡ଼ିଶା ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ। ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ ଅନେକ ବର୍ଗର କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି। ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ । ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’ ।

Leave a Reply

Your email address will not be published. Required fields are marked *