ଏକୋଏନ୍ ଓଡ଼ିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା ତା ୨୫/୦୬/୨୩- ଆଜି ଏକୋଏନ୍ ଓଡିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଏବଂ ଓଡିଶା ବାହାରୁ ୧୫୦ ଜଣ ଚକ୍ଷୁ ଡାକ୍ତର ପିଜି ଛାତ୍ର ଏବଂ ଚକ୍ଷୁ ସହାୟକ ଯୋଗ ଦେଇଥିଲେ। ଚକ୍ଷୁର ଯତ୍ନ ଓ ଚକ୍ଷୁର ସମସ୍ୟା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏହା ଉପରେ କିଭଳି ସବୁ ଗ୍ରାମାଞ୍ଚଳ ଲୋକମାନଙ୍କର ଚକ୍ଷୁ ସମସ୍ୟାର କି ଭଳି ଯତ୍ନବାନ୍ କରାଯିବ ଏହା ଉପରେ ଆଲୋଚନା ଚକ୍ର କରାଯାଇଥିଲା ଏହି ସମ୍ମିଳନୀରେ ଡ଼ଃ ବି ଏନ୍ ଆର ସୁବୁଦ୍ଧି, ଡ଼ଃ ପ୍ରଶାନ୍ତ ନନ୍ଦ, ଡ଼ଃ ସରୋଜ ତ୍ରିପାଠୀ, ଡ଼ଃ ସବ୍ୟସାଚି ପଟ୍ଟନାୟକ, ତତ୍ତ୍ୱ ବଧାନରେନରେ ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଏବଂ ଅତିରିକ୍ତ ଅତିଥି ଭାବେ ଖୋର୍ଦ୍ଧା ସି ଡି ଏମ୍ ଓ ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇ ଅଭିଭାଷଣରେ କହିଥିଲେ ଆଖିର ସମସ୍ୟା କିଭଳି ସୁଚାର ରୂପେ ଚକ୍ଷୁ ଯତ୍ନ ନିଆଯାଇ ପାରିବ ସମସ୍ତ ଡାକ୍ତର ଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଭାବେ କଲିକତାର ଡ଼ଃ ସପନ ସାମନ୍ତ ଯୋଗଦେଇଥିଲେ।ଏହି କାର୍ଯ୍ୟ କ୍ରର୍ମ କୁ ଖୋର୍ଦ୍ଧା ମୁଖ୍ୟ ଚକ୍ଷୁ ଡାକ୍ତର ଡ଼ଃ ଅଜୟ କୁମାର ସିଂ ସୁଚାର ରୂପେ ତୁଲାଇଥିଲେ। ଖୋର୍ଦ୍ଧା ଚକ୍ଷୁ ବିଭାଗ ର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *