ସତରେ ଜୀବନର ମାନେ କଣ ପାଣି ଫୋଟକା ?

ବିଧିର ବିଧାନ – ସ୍ୱାମୀର କାନ୍ଧରେ ସ୍ମଶାନ କୁ ଗଲେ ସ୍ତ୍ରୀ ଶିଶୁ ପୁଅଗୋଟିଏ ଯୁଇରେ ଜଳିଲା ଚାରି ଜଣଙ୍କ ଶବ ଚାଁହୁ ଚାଁହୁ ମୃତ୍ୟୁର ସୁଅରେ ଭାସିଗଲା ପାଞ୍ଚ ଜଣଙ୍କ ଜୀବନ ଦୀପ | ସତରେ ମୃତ୍ୟୁ ଯେମିତି ନିଜର ଜାଲ ବିଛାଇ ବସିଥିଲା ଖେମୁଣ୍ଡି ଛକ ଠାରେ | ଆଉ ନିଜ ଷଡଯନ୍ତ୍ର ରେ ନିଜ ଆଡକୁ ଟାଣିନେଲା 12 ଜଣଙ୍କ ଜୀବନ | କିଛି ସମୟ ପୂର୍ବରୁ ପରିବାରରେ ଥିଲା ହସ ଖୁସିର ମାହୋଲ ହଠାତ ଚିତ୍ର ବଦଳି ଯାଇଥିଲା ଏବଂ ସତେ ଯେମିତି ସେମାନଙ୍କ ପରିବାର ଉପରେ ଛିଡି ପଡ଼ିଥିଲା ଦୁଃଖର ବାଦଲ! ଲହୁ ଲୁହରେ ଭିଜିଲା ରାଜରାସ୍ତା |ଗତକାଲି ବିଳମ୍ବିତ ରାତ୍ରିରେ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏକ ଘରୋଇ ବସ, ଏକ ସରକାରୀ ବସ ସହ ଖେମୁଣ୍ଡି ଛକ ଠାରେ ମୁଁହା ମୁଁହି ଧକ୍କା ହୋଇଥିଲେ | ଏଥିରେ ବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମର ସଞ୍ଜୟ ମେଦିନୀରାୟ (50), ସୁଜ୍ଞାନୀ ପ୍ରଧାନ (27)ଶିବାନୀ ପ୍ରଧାନ 27, ଦେବାଂଶୁ ପ୍ରଧାନ (2), ହାର୍ଦିକ ପ୍ରଧାନ (1) ମୃତ୍ୟୁ ବରଣ କରିଥିଲେ | ଏବଂ ଖବର ପ୍ରକାଶନ ସୁଦ୍ଧା ଶୁଭେନ୍ଦୁ ପ୍ରଧାନ କଟକ ବଡ଼ ମେଡିକାଲ ଠାରେ ଗୁରୁତର ଅବସ୍ଥାରେ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି |ଯାହା ଫଳରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା |ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ସାରା ଗ୍ରାମ କୁ ସ୍ତବ୍ଧ କରିଦେଇଥିଲା | ଅପରାହ୍ନ 3 ସମୟରେ ଶବ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଯୋଗେ ଶବ ଗୋଟିଏ ପରେ ଗୋଟିଏ ଗ୍ରାମରେ ପହଁଅଚିଥିଲା | ଏହିଭଳି ଏକ ଘଡି ସନ୍ଧି ମୁହୁର୍ତରେ ଶେଷ ଦର୍ଶନ ପାଇଁ ଶହ ଶହ ବନ୍ଧୁ ବର୍ଗ ଏକଜୁଟ ହୋଇଥିଲେ | ଏହାପରେ ଶବ ଗୁଡିକ ସ୍ମଶାନ ଅଭିମୁଖେ ବାହାରିଥିଲା | ସ୍ମଶାନ ଠାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ ଉର୍ଣ୍ଣୟନ ଅଧିକାରୀ ଯୋଗଦେଇ ଶୋକ ପ୍ରକାଶ କରିବା ସହ ମୃତ୍ୟ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଥିଲେ |ଏହା ପରେ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ ଓ ଵୀ. ଜେ. ପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ ନାୟକ ସ୍ମଶାନ ରେ ପହଁଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ |

ଭଞ୍ଜନଗର ମୁଜାଗଡ଼ ରୁ ଶିବ ଶଙ୍କର ପ୍ରଧାନ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *