ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲା ମା’

ଭଞ୍ଜନଗର– ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମା ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବାଲିପଦର ନିକଟ ପୋଚାଲୁଣ୍ଡି ଗ୍ରାମରେ l ପରିବାର ଲୋକେ କହିବା ଅନୁସାରେ ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋଇ ମନ୍ଦାର ଗ୍ରାମର ଆରତୀ ବିଶୋଇ (23)ଙ୍କୁ ବୈଦେହିକ ନୀତିରୀତିରେ ଗତ ତିନିବର୍ଷ ହେବ ବିହାହ କରିଥିଲେ l ବିବାହର କିଛି ଦିନ ପରେ l କୃଷ୍ଣ କଟକରେ ଏକ ପାଉଁରୁଟି ଫେକ୍ଟରୀ କରି ସେଠାରେ ରହି ଆସୁଥିଲେ l ବେଳେବେଳେ କୃଷ୍ଣ ନିଜ ଗ୍ରାମ ପୋଚାଲୁଣ୍ଡି ଆସି ଘରେ ଥିବା ବିଧବା ମା ଓ ସ୍ତ୍ରୀ ଙ୍କୁ ଦେଖା କରି ଫେରି ଯାଉଥିଲେ l କିନ୍ତୁ ଗତକାଲି କୃଷ୍ଣ ଗ୍ରାମକୁ ଆସିଥିଲେ ଦିନସାରା ପରିବାର ଲୋକଙ୍କ ସହିତ ହସଖୁସିରେ ଦିନ କାଟିଥିଲେ l ଗତ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ସହ ଝଗଡା ସୃଷ୍ଟି ହୋଇଥିଲା l ସେଥିରେ ସ୍ତ୍ରୀ ଆରତୀ ଘରେ ଥିବା କୀଟନାଶକ ପ୍ରଥମେ ତାଙ୍କର ଦେଢ଼ ବର୍ଷର ଶିଶୁ କନ୍ୟା (ଦିଶାଙ୍ଗିନୀ ବିଶୋଇ )ପିଆଇ ନିଜେ ବିଷ ପିଇ ଦେଇଥିଲେ l କିଛି ସମୟ ବ୍ୟବଧାନରେ ସ୍ୱାମୀ କୃଷ୍ଣ ଚନ୍ଦ୍ର ଜାଣିବା ପରେ ସ୍ତ୍ରୀ ଆରତୀକୁ ସ୍ଥାନୀୟ ବଳିପଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ସେଠାରେ ଆରତୀଙ୍କ ସ୍ୱାସ୍ଥ୍ୟବସ୍ତା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ l ଯିବା ରାସ୍ତାରେ ହିଁ ଆରତୀ ଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଥିଲା l ଅନ୍ୟପଟେ ଖବର ପାଇଁ ଆରତୀଙ୍କ ପରିବାର ଲୋକେ ପୋଚାଲୁଣ୍ଡି ଗ୍ରାମରେ ପହଞ୍ଚି ଶୁଶୁଟିକୁ ଉଠାଇ ଦେଖିଲା ବେଳେ ଶିଶୁଟି ମଧ୍ୟ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ lଘଟଣା ସ୍ଥଳରେ ବାଲିପଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଏଭଳି ଦୁଖଦଃ ଘଟଣା ରେ ପୋଚାଲୁଣ୍ଡି ଗ୍ରାମରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି l

ରିପୋର୍ଟ- ଶିବଶଙ୍କର ପ୍ରଧାନ,ଭଞ୍ଜନଗର।

Leave a Reply

Your email address will not be published. Required fields are marked *