ଓଡିଶା ବଂଦ ଆନ୍ଦୋଳନକୁ ସମର୍ଥନ କରି ଚାନ୍ଦବାଲି ରେ ପିକେଟିଂ ଓ ଶୋଭାଯାତ୍ରା

ଚାନ୍ଦବାଲି: ୧୫।୭, – ପେଟ୍ରୋଲ, ଡିଜେଲ,ଜାଳେଣି ଗ୍ୟାସ, ଖାଇବା ତେଲ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା ଦାବୀ କରି ଆସନ୍ତା ଜୁଲାଇ ୧୫ ତାରିଖ ଓଡିଶା ବଂଦ ଆନ୍ଦୋଳନକୁ ସଫଳ କରିବା ନିବେଦନ କରି ଭାରତର କମ୍ୟୁନିଷ୍ଟ ପାର୍ଟ ( ମାର୍କ୍ସବାଦୀ) ଓ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଚାନ୍ଦବାଲି କୋର୍ଟ, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସହରରେ ଥିବା ସମସ୍ତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ସହରରେ ପିକେଟିଂ ଓ ଶୋଭାଯାତ୍ରା କରାଯାଇଛି । ବିଶ୍ବମହାମାରୀ କରୋନା ଜନିତ ଲକ ଡାଉନ ଓ ସଟଡାଉନ ଯୋଗୁଁ ଦେଶର ପ୍ରାୟ ୨୦ କୋଟି ଲୋକ ଜୀବିକା ହରାଇଥିବା ବେଳେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି କରି ଦେଶବାସୀଙ୍କୁ ଚରମ ଦାରିଦ୍ର୍ଯ ଓ ଅନାହାର ମଧ୍ୟ କୁ ଠେଲି ଦେଇଛନ୍ତି ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଦରବୃଦ୍ଧି କୁ ପ୍ରତ୍ୟାହାର କରିବା ଦାବିରେ ଆସନ୍ତା ଜୁଲାଇ ୧୫ ତାରିଖ ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଚାନ୍ଦବାଲି ବ୍ଲକର ବିଭିନ୍ନ ବଜାର , ସମସ୍ତ ଅଫିସ୍ ଦପ୍ତର, ଫେରିଘାଟ, ଧାମରା ବନ୍ଦର, ଗାଡି ମଟର ଆଦି ବଂଦ ରଖିବାକୁ ପିକେଟିଂ ମାଧ୍ୟମରେ ଦୁଇ ବାମପନ୍ଥୀ ଦଳ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ଶୋଭାଯାତ୍ରା ଓ ପିକେଟିଂ ଆନ୍ଦୋଳନ ରେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଚାନ୍ଦବାଲି ବ୍ରାଞ୍ଚ ସଂପାଦକ ଘନଶ୍ୟାମ ଦାସ, ବରିଷ୍ଠ ନେତା ଫକୀର ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ଗୌରାଙ୍ଗ ଯେନା, ଯୁବ ନେତା ହେମନ୍ତ ମଥାନ,ବୀମା କର୍ମଚାରୀ ସଂଘ ର ନେତା ପ୍ରଭାକର ବିଶ୍ବାଳ, ସିପିଆଇ ନେତା ଗୌରହରି ମିଶ୍ର, ଉପେନ୍ଦ୍ର ରାଉଳ, ଦେବହରି ରାଉଳ ପ୍ରମୁଖ ଯୋଗ ଦେଇ ନେତୃତ୍ବ ନେଇଥିଲେ ।