ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ସରପଞ୍ଚ

ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ସରପଞ୍ଚ: ରାସ୍ତା ପାଲଟିଛି ମରଣଯନ୍ତା ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତର ପର୍ଶୁରାମପୁର ର ଦୃଶ୍ୟ lଯେଉଁ ଠାରେ ଦୁଇଟି ଶିକ୍ଷା ଅନୁଷ୍ଠାନ ରହିଛି, ଛୋଟ ପିଲା ମାନଙ୍କର ଏକ ଅଙ୍ଗନବାଡି କେନ୍ଦ୍ର ଏବଂ ଜାଭିଅର ସ୍କୁଲ୍ lଏହି ସାହି ର ମଧ୍ୟ ଭାଗରେ ରହିଛି ଦୁଇଟି ମନ୍ଦିର, ଗୋଟିଏ ମଙ୍ଗଳା ମନ୍ଦିର ଓ ଏକ ଜଗନ୍ନାଥ ମନ୍ଦିର l ଏହି ସାହି ରେ ଥିବା ଲୋକ ମାନଙ୍କର ଅଭିଯୋଗ ହେଲା କି ସାହିର ମଧ୍ୟ ଭାଗରେ ମଙ୍ଗଳା ମନ୍ଦିରକୁ ଲାଗି ଏକ ଆମ୍ବୁଲ ଓ ମହୁଲ ଗୋଦାମ ହୋଇଛି, ଏବଂ ସେହି ଗୋଦାମକୁ ବହୁତ ଭାରୀଯାନ ପ୍ରତି ଦିନ ଆସୁଛି, ଯାହା ଦ୍ୱାରା ଲୋକଙ୍କ ରାସ୍ତା ମରଣ ଯନ୍ତାରେ ପରିଣତ ହୋଇଛି lଏହି ଗୋଦାମର ବର୍ଜ୍ୟବସ୍ତୁ ପାଣି ରାସ୍ତାକୁ ଆସିବା ଦ୍ଵାରା ରାସ୍ତାରେ ମଶା, ମାଛି ମାନଙ୍କର ଆଶ୍ରୟ ସ୍ଥଳ ପାଲଟି ଅଛି, ଅତି ଉତ୍କଟ ଗନ୍ଧରେ ସାହିରେ ବସବାସ କରିବା ଅତ୍ୟନ୍ତ କଷ୍ଟ ହୋଇ ପଡିଛି l ଏ ସଂପର୍କ ରେ ପଞ୍ଚାୟତ ର ସରପଞ୍ଚ ଙ୍କୁ ଜଣଇଲା ପରେ ବି କୌଣସି ପ୍ରତିକାର ନାହିଁ, ଏହି ଅନୁଷ୍ଠାନକୁ ଯାଉ ଥିବା କୁନି କୁନି ପିଲାମାନଙ୍କର ଓ ଗ୍ରାମବାସୀ ମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି l

Leave a Reply

Your email address will not be published. Required fields are marked *