ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇ ପାରିଲେ ଦୁଇ ଛାତ୍ର

ଭଞ୍ଜନଗର – ଆଜିର ସମାଜରେ ଲୋକ ସଂଖ୍ୟା ଯେତିକି ବଢୁଛି ରୋଗୀ ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି | ପିଲାଠାରୁ ବୁଢା ସମସ୍ତଙ୍କୁ ମଧୁମେହ, ଗ୍ୟାଷ୍ଟିକ, ରକ୍ତ ଚାପ, ସୁଗାର ଭଳି ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି | ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଖାଇବା ସହିତ ବ୍ୟାୟାମ ମଧ୍ୟ କରିଥାନ୍ତି | ସେହିଭଳି ଭାବରେ ଶରୀରକୁ ସୁସ୍ଥ ରଖିବା ପାଇଁ ମାଣ୍ଡିଆ ସରବତ, କଲରା ସର୍ବତ, ବିଟ ସର୍ବତ, ଗାଜର ସର୍ବତ, ବେଲପତ୍ର ସର୍ବତ, ଶାବଜି ସର୍ବତ ପିଇବାକୁ ଲୋକେ ପସନ୍ଦ କରନ୍ତି। ଏହିଭଳି ସ୍ୱାସ୍ଥ୍ୟ ସଚେତନତା କୁ ଦୃଷ୍ଟିରେ ରଖି ଭଞ୍ଜନଗର ସହର ବସଷ୍ଟାଣ୍ଡ ଠାରେ ଦୁଇ ଯୁବକ ମାଣ୍ଡିଆ, କଲରା, ବିଟ, ବେଲପତ୍ର ଭଳି ବିଭିନ୍ନ ଜୁସ ଲୋକଙ୍କୁ ଯୋଗେଇ ଥାନ୍ତି।
ଏଭଳି ଏକ ସଚେତନତା ଓ ଲୋକଙ୍କୁ ସ୍ୱାସ୍ଥ୍ୟ କୁ ଦୃଷ୍ଟି ରେ ରଖି ଦୁଇ ମେଧାବୀ ଯୁବକ ଭଞ୍ଜନଗର ବସ ଷ୍ଟାଣ୍ଡ ଠାରେ ଏକ ସର୍ବତ ଦୋକାନ ଖୋଲି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି | ଦୁଇ ଜଣ ଛାତ୍ର କାଳିଆ ପ୍ରଧାନ (27)ରେଲୱେ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଆଉ ଜଣେ ଛାତ୍ର ସୁରଜ ବେହେରା (20) ଡିପ୍ଲୋମା ସାରି B-tech ପାଇଁ ପ୍ରସ୍ତୁତ ହେଉଛନ୍ତି | ଉଭୟଙ୍କ ଗାଁ ଟାଙ୍ଗଣ ହୋଇଥିବା ବେଳେ ଭଞ୍ଜନଗର ସହରରେ ଆଠ ବର୍ଷ ହେଲା ରହି ଆସୁଥିବା ସେମାନେ କହିଛନ୍ତି | ଦୁଇ ପଇସା ରୋଜଗାର କରି ନିଜେ ପାଠ ପଢିବା ପାଇଁ ଏହି ଭଳି ପଦକ୍ଷେପ ନେଇଛନ୍ତି |

ରିପୋର୍ଟ -ଶିବ ଶଙ୍କର ପ୍ରଧାନ।

Leave a Reply

Your email address will not be published. Required fields are marked *