ବ୍ରହ୍ମଗିରି :ବୃକ୍ଷ ରୋପଣ କାର୍ଯ୍ୟକ୍ରମ
୧୫/୭- ଦିନ ୨ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ସିଆଳ ପଞ୍ଚାୟତର ବଟେଶ୍ୱର ଉଚ୍ଚ ବିଦ୍ୟାଳୟ ମୋରଡା ଏବଂ ସିଆଣ୍ଡି ପଞ୍ଚାୟତର ଗୋପାଳପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ,ପୂର୍ବତନ ସଭାପତି କୈଳାସ ପଟ୍ଟନାୟକ,ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ବ୍ଲକ୍ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା,ସିଆଳ ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳି ଦଳେଇ,ସମିତି ସଭ୍ୟ ସରସ୍ଵତୀ ପଲେଇ,ସଭାପତି ଅଜୟ କୁମାର ପଲେଇ,ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଅନିତା ନାୟକ,ସମିତି ସଭ୍ୟା ରଜନୀ ବେହେରା ଯୁବ ନେତା ଅଭୟ କୁମାର ତରେଇ,ଚିତ୍ତରଞ୍ଜନ ଦାଶ,ଆଦିତ୍ୟ ରଞ୍ଜନ ପଲେଇ ଓ ଛାତ୍ର ନେତା ଉମେଶ ସାହୁ ଉପସ୍ଥିତ ଥିଲେ।