ବନ୍ତରେ ସିପିଆଇ, ସିପିଏମ୍ ପକ୍ଷରୁ ଓଡିଶା ବନ୍ଦ ସଫଳ

ବନ୍ତ ୧୫/୭;-ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଆଜି ବନ୍ତ ବ୍ଲକରେ ସଫଳ ହୋଇଥିବା ଜଣାଯାଇଛି । ବନ୍ତ ଥାନା ଛକ ଠାରେ ସିପିଆଇ ଜୋନ୍ କମିଟି ପକ୍ଷରୁ କର୍ମୀ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ନାରାବାଜି କରିଥିଲେ । ପରେ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ସମସ୍ତ ଦୋକାନ ବଜାର, ବ୍ଲକ, ତହସିଲ ସମେତ ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଆଦିକୁ ବନ୍ଦ କରିଥିଲେ । ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଂପାଦକ ପରମେଶ୍ୱର ବାରିକଙ୍କ ନେତୃତ୍ୱରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ବାବାଜି ଚରଣ ଜେନା, ନିରଞ୍ଜନ ନାୟକ, ସୁବାଷ ବେହେରା, ପବିତ୍ର ମୋହନ ସେଠୀ, ବିଷ୍ଣୁ ମୋହନ ଜେନା, ଜଳଧର ଜେନା, ସୟଦ ସୁର୍‌କାନ ଅଲ୍ଲୀ, ଜୟନ୍ତ ପଲେଇ, ସୟଦ ଜମିଲୁରରେହେମାନ, ନିରଞ୍ଜନ ଜେନା, ମାର୍କଣ୍ଡ ବାରିକ, ରମାକାନ୍ତ ସାହୁ, ରତିକାନ୍ତ ଜେନା, ଯୁଧିଷ୍ଠିର ଜେନା, ଶ୍ରୀଧର ଜେନା, ନାରାୟଣ ଜେନା, ଜଗବନ୍ଧୁ ଜେନା, ରବିନ୍ଦ୍ର ନାୟକ, ପ୍ରିୟନାଥ ବାରିକ, ଅଭିମନ୍ୟୁ ଜେନା, ସୁଶାନ୍ତ ଦାସ, ସୁରେନ୍ଦ୍ର ନାୟକ, ସଂଜୟ ସାମଲ, ପଦ୍ମନାଭ ସ୍ୱାଇଁ, ମଳୟ ଜେନା, ସୁକାନ୍ତ ଜେନା, ବିମ୍ବାଧର ଜେନା, ସୟଦ ଆଜାଦ୍‌, ଅନଜୁମ ଯୋଗ ଦେଇଥିଲେ । ଏହି ବନ୍ଦ ଡାକରାକୁ ସମର୍ଥନ କରି ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ହରମୋହନ ବେହେରା, ଶ୍ୟାମ ସୁନ୍ଦର ଦାସ, ରାହୁଲ ଅମିନ୍ ସିଦ୍ଧିକ୍‌, ତାରିକ୍ ଅଞ୍ଜୁମ୍‌, ମଳୟ ଜେନା ଯୋଗ ଦେଇଥିଲେ । ସିପିଆଇ(ଏମ୍‌)ର ଯୁବନେତା ଆଇନଜୀବି ପ୍ରତାପ ସେଠୀଙ୍କ ନେତୃତ୍ୱ ଓ ବନ୍ତ ଆଞ୍ଚଳିକ କମିଟିର ସଂପାଦକ ରବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ କେନ୍ଦୁଆପଦା ଛକ ଠାରୁ ବହୁ ସମର୍ଥକ ଏକ ର‌୍ୟାଲିରେ ବାହାରି ବଜାର ପରିକ୍ରମା କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ସାଥୀ ରମେଶ ଜେନା, ବିପିନ ବିହାରୀ ଜେନା, ଦାମୋଦର ଜେନା, ଅଭିମନ୍ୟୁ ସେଠୀ, ନାରାୟଣ ଲେଙ୍କା, ଅନନ୍ତ ଚରଣ ପୃଷ୍ଟି, ପାତ ମୁଣ୍ଡା, ପାଚିକା ସହାୟିକା ସଂଘର ନେତା ମହେଶ୍ୱର ନାୟକ, କୁଞ୍ଜଲତା ସାହୁ, କାଞ୍ଚନ ଖିଲାର ଯୋଗ ଦେଇଥିଲେ । ସେହିପରି ଓଡିଶା କୃଷକ ସଭା, ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମନ୍ୱୟ ସମିତି, ବିଭିନ୍ନ ଗଣତାନ୍ତ୍ରିକ ଯୁବ ଓ ଛାତ୍ର ସଂଗଠନ ବନ୍ଦ ଡାକରାରେ ସାମିଲ ଥିଲେ । ଏହି ବନ୍ଦ ପାଳନ ବେଳେ ଭଦ୍ରକ-ଆନନ୍ଦପୁର ରାଜ୍ୟ ପଥର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *