ସକାଳର ତାଜା ଖବର

୧୩-ଜୁଲାଇ-୨୦୨୩, ଗୁରୁବାର
୧-5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର : ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
୨-ସମ୍ବଲପୁର ବୁର୍ଲା ସ୍ଥିତ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟାକ୍ନୋଲୋଜି(ଭିସୁଟ) କ୍ୟାମ୍ପସରେ ଦୁଇ ଚକିଆ, ଚାରି ଚକିଆ ଯାନ ପ୍ରବେଶ କରିବା ଉପରେ ଲାଗିଛି ରୋକ ।
୩-କୁଆଖାଇରେ ଛାତ୍ର ବୁଡ଼ି ଘଟଣା: ମିଳିଲା ଆଉ ୨ ମୃତଦେହ ।
୪-ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
୫-ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର।
୬-ମହାନଦୀ ଜଳବିବାଦ ମାମଲା: କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦାଖଲ ।
୭-୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ ।
୮-ଜାଲ୍ ସଂସ୍ଥା ନାଁରେ ୫୪ କୋଟିର ଜିଏସ୍ଟି ଫାଙ୍କି: ଦିଲ୍ଲୀର ଦୁଇ ଠକଙ୍କୁ ରାଜଧାନୀରୁ ଗିରଫ କଲା ଜିଏସ୍ଟି ଗୁଇନ୍ଦା ।
୯-ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ମୁହଁ ଖୋଲିଲେ ମମତା, କହିଲେ- ରାମ,ଶ୍ୟାମ ଓ ବାମ ମିଶି ଭିଆଇଛନ୍ତି ହିଂସା ।
ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ ।
୧୦-ଜମ୍ମୁ-କାଶ୍ମୀରରେ ଗତ ୨୪ ଘଣ୍ଟାରେ ୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ହେଲା ୧୯।
୧୧-ଦିଲ୍ଲୀରେ ବାବା ବାଗେଶ୍ବରଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼, ପରିସ୍ଥିତି ଅସମ୍ଭାଳ, ୧୦ ଆହତ ।
୧୨-Wiproର ବଡ଼ ଘୋଷଣା, ଆସନ୍ତା ତିନି ବର୍ଷରେ AIରେ କରିବ ୧ ବିଲିୟନ ଡଲାରର ନିବେଶ ।
୧୩-ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ ।
୧୪ -ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର ।
୧୫ – ପ୍ରଥମ ଟେଷ୍ଟ : ଇଣ୍ଡିଜ୍ ୧୫୦ରେ ଅଲ୍ଆଉଟ, ଭାରତ୮୦/୦ ।