ସକାଳର ତାଜା ଖବର

୧୪–ଜୁଲାଇ-୨୦୨୩, ଶୁକ୍ରବାର
୧-ରାଜ୍ୟରେ ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ।
୨-ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର ।
୩-ବହୁ ବାଦ ବିବାଦ ପରେ ପରିମଳ ସେବା ପାଇବା ପାଇଁ ଏଥର ରାଜଧାନୀବାସୀ ଗଣିବେ ଟିକସ।
୪-ରାଜଧାନୀର ଘର ମାଲିକ ସାବଧାନ୍! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ।
୫-ନନ୍ଦନକାନନର ୩୧ନମ୍ବର ଖିଆଡ ରେ ରହୁଥିବା ୧୮ବର୍ଷର ସାଧାରଣ ରଙ୍ଗର ବାଘୁଣୀ ସାରା ରକ୍ତ ହୀନତାପାଇଁ ଦୁର୍ବଳ ହୋଇ ହେଲା ଅସୁସ୍ଥ।
୬-ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ହେଲା ନୋଟିସ୍।
୭-ସେତୁ ଯୋଜନା: ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି।
୮-ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ।
୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରାଳୟ ଫ୍ରାନ୍ସଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପ୍ରସ୍ତାବକୁ ମିଳିଲା ମଂଜୁରି।
୧୦-ମୁମ୍ବଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଧମକପୂର୍ଣ୍ଣ କଲ୍: ପାକିସ୍ତାନୀ ନାଗରିକ ସୀମା ହାଇଦର ପାକିସ୍ତାନକୁ ନଫେରନ୍ତି ତେବେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ।
୧୧-ଆଜି ଫ୍ରାନ୍ସର ଜାତୀୟ ଦିବସ ‘ବାଷ୍ଟିଲ୍ ଡେ ପ୍ୟାରେଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏଥିପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଥିଲେ।
୧୨-ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେ ସ୍ଥିତ ଏକ ଫିଲିଂ ଷ୍ଟେସନ୍ ହେଉଛି ପୃଥିବୀରେ ବୃହତ୍ତମ। ଗତ ମାସ ୨୬ ତାରିଖରେ ବକ୍-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା କଲା ହାସଲ।
୧୩-ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପଦାର୍ପଣ ମ୍ୟାଚ୍ରେ ଦମ୍ ଦେଖାଇଲେ ଯଶସ୍ଵୀ ଜୟସଓ୍ଵାଲ୍। ଶତକ ହାସଲ କରି ରଚିଲେ ଇତିହାସ। ୱେଷ୍ଟଇଣ୍ଡିଜ ୧୫୦, ଭାରତ ୨୪୫/୨।
୧୪ -ICCର ଐତିହାସିକ ଘୋଷଣା, ଏଣିକି ଉଭୟ ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର।
୧୫ – ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୭୦୦ ଅନ୍ତର୍ଜାତୀୟ ୱିକେଟ ପୂରଣ କଲେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ।