ଗଞ୍ଜେଇ ଚୋରା ଚାଲାଣ ବେଳେ ତିନି ଗିରଫ

ଫୁଲବାଣୀ-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୮୦ କିଲୋ ଗଞ୍ଜେଇ ଜବତ କରିବାସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲିଗୁଡ଼ା ପୁଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ରାତିରେ ମହାସିଙ୍ଗି ନିକଟରେ ଥିବା ପଥପ୍ରାନ୍ତ ସେବାକେନ୍ଦ୍ର ପାଖରେ ଜଗିରହିଥିଲେ। ବାଲିଗୁଡ଼ାରୁ ଆସୁଥିବା ଏକ କାର୍ (ଓଡି ୦୨ବିଶି-୦୮୨୯)କୁ ଅଟକାଇ ଯାଞ୍ଚ କରାଯାଇଥିଲା । ସେଥିରୁ ୮୦ କିଲୋ ୩ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ପରେ କାରକୁ ଥାନାକୁ ଆଣିବା ସହ କାରରେ ବସିଥିବା ୩ଜଣ ଯୁବକ ଦାରିଙ୍ଗବାଡ଼ିର ସାନ ମନ୍ତ୍ରୀ(୨୪), ବାଲିଗୁଡ଼ାର ସୁକୁଙ୍ଗିଆ ଗ୍ରାମର ନିବାସ ଦିଗାଲ ଓ ଜୟସିଂ ଦିଗାଲକୁ ପୁଲିସ ପଚରାଉଚରା କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୁଲିସ ୧୧୩/୨୧ରେ ଏକ ମାମଲା ରୁଜୁକରି ଯାଞ୍ଚ ଜାରି ରଖୁଥିବା ଡିଏସ୍ପି ସ୍ଵରାଜ ଦେଵତା ସୂଚନା ଦେଇଛନ୍ତି।