କୋଣାର୍କ ପୋଲିସକୁ ବଡ ସଫଳତା

କୋଣାର୍କ ୧୬.୦୭.୨୦୨୪ ଗତ ୪ ତାରିଖରେ କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ବଜାରରୁ ବାଇକ ଡିକି ଭାଙ୍ଗି ୩ଲକ୍ଷ୍ୟ ଟଙ୍କା ଲୁଟି ନେଇଥିବା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି କୋଣାର୍କ ପୋଲିସ । ଏ ନେଇ ଆଜି ପୂର୍ବାହ୍ନରେ ୧୨ଟା ୩୦ରେ କୋଣାର୍କ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ଓ କୋଣାର୍କ ଥାନାଧିକାରୀ ପଞ୍ଚାନନ ପରିଡା ଉପସ୍ଥିତ ରହି ଲୁଟେରାମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଗତ ୪ ତାରିଖରେ ଅଜୟ ବରାଳ କୋଣାର୍କ ଷ୍ଟେଟ ବ୍ୟାଙ୍କରୁ ୩ଲକ୍ଷ୍ୟ ଟଙ୍କା ଉଠାଇ ଟଙ୍କାକୁ ବାଇକ ଡିକିରେ ରଖି ଘରକୁ ଫେରୁଥିବା ସମୟରେ ଜୁଣେଇ ବଜାରରେ ବାଇକ ରଖି ଏକ ଦୋକାନକୁ ଜାଇଥିଲେ । କିଛି ସମୟ ପରେ ଆସି ଦେଖନ୍ତିତ ବାଇକ ଡିକି ଭଙ୍ଗି କେହି ୩ଲକ୍ଷ୍ୟ ଟଙ୍କା ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଅଜୟ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୧୫୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ସିସିଟିଭି ଫୁଟେଜ ଓ ଲୁଟେରେମାନେ ବ୍ୟବହାର କରିଥିବା ହୁଣ୍ଡା ୟୁନିକନ ବାଇକ ନମ୍ବର ଓଡି ୧୫-୯୮୬୧କୁ ଆଧାର କରି ଲୁଟେରାମାନଙ୍କ ପାଖରେ ପହଞ୍ଚିବା ସହଜ ହୋଇଥିଲା । ଏସପି ନିର୍ଦ୍ଦେଶରେ ଏଥିପାଇଁ କୋଣାର୍କ ଥାନାଧିକାରୀ ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଆସିକା ପୋଲିସ ସହାୟତାରେ ଲୁଟେରାମାନଙ୍କ ଧରିବା ସହଜ ହୋଇଥିଲା ।ସୂଚନାନୁଯାୟୀ ଆସିକା ଅଞ୍ଚଳର ଏ ନରେଶ ୩୨, ଏ ଅଦୁ କାଣ୍ଡୁଲ ୩୦, ଏ ମୁରଲୀ ୩୨ ଓ ଏ ଅଶୋକ ୨୦ ଏହି ଚାରିଜଣ ଅଭ୍ୟାସଗଲ ଲୁଟେରା । ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି । ଲୁଟେରା ମାନଙ୍କ ଠାରୁ ଅଜୟଙ୍କର ୨ଲକ୍ଷ୍ୟ ୨୯ ହଜାର ଟଙ୍କା, ଆଧାର କାର୍ଡ ଓ ପାନ କାର୍ଡ ଉଦ୍ଧାର କରାଯାଇଛି । ଲୁଟେରାମାନ ବ୍ୟବହାର କରିଥିବା ଦୁଇଟି ବାଇକୁ ମଧ୍ୟ ଜବତ କରାଯାଇଛି । ଉଦ୍ଧାର ହୋଇଥିବା ୨ଲକ୍ଷ ୨୯ ହଜାର ଟଙ୍କା, ଆଧାର କାର୍ଡ ଓ ପାନ କାର୍ଡକୁ ଅଜୟଙ୍କୁ ପ୍ରଦାନ କରାଯାଇଛି । କୋଣାର୍କ ଥାନାରେ ନୂତନ କରି ଯୋଗଦେଇଥିବା ଥାନାଧିକାରୀ ପଞ୍ଚାନନ ପରିଡାଙ୍କ ଏହି ସଫଳତା ପାଇଁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *