ମଧୁସ୍ମିତା ମଲ୍ଲିକଙ୍କ ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ପକ୍ଷରୁ ମଧୁସ୍ମିତା ମଲ୍ଲିକଙ୍କ ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ ।କୋଣାର୍କ ତା ୧୬ – ୦୭- ୨୩ ଗତ ଶନିବାର ରାତି ୮ଟା ସମୟରେ ନିଶିଗନ୍ଧାର ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କ ଦିବ°ଗତ ସହଧର୍ମିଣୀ ୰ ମଧୁସ୍ମିତା ମଲ୍ଲିକଙ୍କ ଦ୍ବିତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଆଭାସୀ ବୈଠକ ମାଧ୍ୟମରେ ଏହାକୁ ପାଳନ କରା ଯାଇଥିଲା । ପ୍ରଥମେ ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହାପରେ ସେବାନିବୃତ୍ତ ଶିକ୍ଷକ ତଥା କଣ୍ଠଶିଳ୍ପୀ ଶ୍ରୀ ଗଗନ ବିହାରୀ ସ୍ବାଇଁ ଓଁକାର ବ୍ରହ୍ମ ନାଦ ଉଚ୍ଚାରଣ କରି ସାରିଲା ପରେ ନିଶିଗନ୍ଧାର ନୀରିକ୍ଷକ କବି ସୌରଭ କୈଳାଶଚନ୍ଦ୍ର ବେହେରାଙ୍କ ରଚିତ *ସ୍ମୃତିରେ ମଧୁସ୍ମିତା* ଗୀତି କବିତାଟିକୁ ମଧୁର ସ୍ବରରେ ଗାନ କରିଥିଲେ । ବକ୍ତା ଭାବରେ ଶ୍ରୀ ପଦ୍ମନାଭ ତ୍ରିପାଠୀ , ଡ.ନୀଳାଚଳ ଜଗଦ୍ଦେବ , ଶ୍ରୀ ଜ୍ୟୋତିରଞ୍ଜନ ଦାଶ , ଶ୍ରୀମତୀ ସ୍ବର୍ଣ୍ଣଲତା ତ୍ରିପାଠୀ , କବିସୌରଭ କୈଳାଶଚନ୍ଦ୍ର ବେହେରା , ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ , ଶ୍ରୀ କରୁଣାକର ମଲ୍ଲିକ ନିଜ ନିଜର ଵକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଉପସ୍ଥିତ କବି କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ସଭାପତି ଉଦ୍ ବୋଧନ ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।