ଗ୍ରାମ୍ୟ କୃଷି କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ସକାଶେ କଳା ବ୍ୟାଚ ପରିଧାନ

ଗ୍ରାମ୍ୟ କୃଷି କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ସକାଶେ କଳା ବ୍ୟାଚ ପରିଧାନ କବିସୂର୍ଯ୍ୟନଗର ୧୬/୦୭ :- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କୃଷି ବିଭାଗର କର୍ମଚାରୀ ମାନେ ଆଜି ବିଭିନ୍ନ ପ୍ରକାର ଦାବି ନେଇ କଳା ବ୍ୟାଚ ପରିଧାନ କରିଛନ୍ତି । ଗତ ୧୨/୦୭/୨୦୨୩ ରିଖ ରେ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ପ୍ରତିବାଦ କରିବା ପାଇଁ ଗଞ୍ଜାମ ସଂଘ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।ତା ୧୪/୦୭/୨୦୨୩ ରିଖ ଠାରୁ ପୂର୍ଵ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ, ଗଞ୍ଜାମ ଶାଖା ତରଫରୁ ପ୍ରତି ବ୍ଲକ ରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କଳା ବ୍ୟାଜ ପରିଧାନ କରି ଅନୁସୃତ ଗଣତାନ୍ତ୍ରିକ ଉପାୟରେ ନିଜର ଚାକିରୀ ସମ୍ବନ୍ଧୀୟ ବିଭିନ୍ନ ଦାବି ଗୁଡିକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି । ସେହିପରି ଆଜି କବିସୂର୍ଯ୍ୟନଗର ବ୍ଲକ ର କୃଷି କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ କଳା ବ୍ୟାଚ ପରିଧାନ କରିଛନ୍ତି । ସେମାନଙ୍କର ଦାବି ଗୁଡିକ ହେଲା -ଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ କୃଷି ସାମ୍ପ୍ରସାରଣ ଅଧିକାରୀ , ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କା କୁ ବୃଦ୍ଧି , ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଛେଦ ସହ ୦୬ ବର୍ଷ ଚୁକ୍ତି ଭିତ୍ତିକ ସମୟ ସୀମା କୁ ମୂଳ ଚାକିରୀରେ ଗଣନା , ଚାକିରୀ କାଳ ମଧ୍ୟରେ ୦୩ ରୁ ୦୪ ଗୋଟି ପଦୋନ୍ନତି , ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟାଳୟ ସହ କମ୍ପୁଟର ପ୍ରଦାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ ଚାର୍ଟ ଘୋଷଣା ଇତ୍ୟାଦି.. କୃଷି ସୂଚନା ଓ ପରାମର୍ଶକେନ୍ଦ୍ର,କବିସୂର୍ଯ୍ୟ ନଗର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ର ବ୍ଲକ ସଭାପତି ଶ୍ରୀ ଚିତ୍ରସେନ ପରିଡ଼ା,ମନୋରଞ୍ଜନ ମହାନ୍ତି ,ଟୀକିନା ସାହୁ, ପ୍ରଶାନ୍ତ ପାତ୍ର ଓ ଆଶା ରାଣୀ ପାତ୍ର କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ।ଗତ 12/07/23 ରିଖ ରେ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ପ୍ରତିବାଦ କରିବା ପାଇଁ ଗଞ୍ଜାମ ସଂଘ ତରଫରୁ ସ୍ମାରକ ପତ୍ର ପ୍ରଦାନକରାଯାଇଥିଲା ।