ବାଲେଶ୍ଵର ପୋଲିସ ଏକ ବଡ ଧରଣର ଜବ ଫ୍ରାଉଡ ରାକେଟ ଧରିବାରେ ସଫଳତା

ବାଲେଶ୍ଵର ପୋଲିସ ଏକ ବଡ ଧରଣର ଜବ ଫ୍ରାଉଡ ରାକେଟ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୯ ଜଣକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳା ରହିଛି। ସେମାନଙ୍କଠାରୁ ନଗତ ୨୨ ହଜାର ୫ ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ।ଓଏସଏସସି ଅଧିନରେ ସିଜିଏଲ ଅନ୍ୟାନ୍ୟ ବିଭାଗର ଚାକିରି କରାଇବା ପ୍ରତିଶୃତି ଦେଇ ଅନ ଏମ୍ପଲଏ ମାନଙ୍କଠାରୁ ଟଙ୍କା ନେଉଥିଲେ। ଚାକିରି ପାଇଁ ୧୦ ରୁ ୧୬ ଲକ୍ଷ ଟଙ୍କା ଡିଲ କରୁଥିଲେ। ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ।