ସରକାରଙ୍କ ମାଳମାଳ ଯୋଜନା ହେଲେ ବଦଳୁନି କନ୍ଧମାଳ ଲୋକଙ୍କ ଭାଗ୍ୟ।

ଫୁଲବାଣୀ-ସରକାରଙ୍କ ମାଳମାଳ ଯୋଜନା ହେଲେ ନା ସେମାନଙ୍କର ବଦଳୁଛି ଭାଗ୍ୟ ନା ଭବିଷ୍ୟତ ।ସ୍ଵାଧୀନତାର ୭୪ ବର୍ଷ ପରେ ବି ପାନୀୟ ଜଳ ଓ, ଗମନାଗମନର ସମସ୍ୟା ରହିଛି ଗାଁରେ। ଲୋକେ ଅଭିଯୋଗ କରି କରି ଶେଷରେ ଥକି ଗଲେ ସିନା ପ୍ରଶାସନ ଶୁଣିବାକୁ ନାହିଁ,। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡବ୍ଳକର ଓ ରା ପଞ୍ଚାୟତର ପକଡମାହା ଗ୍ରାମରେ। କେବଳ ଏହି ଗୋଟିଏ ଗା ନୁହେ ବ୍ଳକ ଅନ୍ତର୍ଗତ ଶ୍ରୀରାମପୁର, ସୁବର୍ଣ୍ଣଗିରି,ଓ ରା। , ଗୁଗୁର ମାହା, ମାର୍ଲାଙ୍ଗ, ଆଦି ପଞ୍ଚାୟତର ଅନେକ ଗ୍ରାମରେ ସେହି ଏକା ଅବସ୍ଥା ତେବେ ସରକାରଙ୍କଯାହାକୁ ଯେତେ ଯୋଜନା। ପାଣି ଭଳି ଆ ଖର୍ଚ ହେଉଛି କୋଟି କୋଟିଟଙ୍କା।ହେଲେ ବଦଳୁନି ଏ ସବୁଗାଁର ଚିତ୍ର। ଆଗରୁ ଯେଉଁ ସମସ୍ୟା ଏବେ ବି ସେହି ଏକ ସମସ୍ୟା । ଦଶନ୍ଧି ଦଶନ୍ଧି ଧରି ଦେଖିବାକୁ ମିଳୁଛି ପାଣି ଓ ତା ସାଙ୍ଗକୁ ଗମନାଗମନ ସମସ୍ୟା । ଲୋକେ ପିଇବା ପାଣି ମୁନ୍ଦାଏ ପାଉନାହାନ୍ତି ।ପାଣି ପାଇଁ ଗ୍ରାମବ।ସୀ ଡହଳ ବିକଳ । ମାଇଲ ମାଇଲ ବାଟଘାଟି ପାହାଡ଼ ଡେଇଁ ଲୋକେ ନିତି ପାଣିପାଇଁ ଯାଉଛନ୍ତି । ସେ ପୁଣି ଚୁଆ ବା ନାଳର ଗୋଳି ପାଣି । ଅଭିଯୋଗ କଲେ ନାସର ପଞ୍ଚ ନା ବିଡିଓ କି ଏ ବି ଶୁଣୁନାହାନ୍ତି । ଗ୍ରାମାରେ ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି । ଏମାନଙ୍କ ପାଇଂ ବିଲ ମଧ୍ୟରେ ଥିବା ଚୁଆ ପାଣି ଏକ ମାତ୍ର ଉରସା ପାଲଟିଛି । ବର୍ଷ ଦିନରେ କାଦୁଅ ପାଣି ପିଇବାକୁ ପଡୁଛି ସମସ୍ତଙ୍କୁ। ଗ୍ରାମରେ ନଳ କୁ ପ ଅଛି ହେଲେ ଅଚଳବୋଲି କହିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇ ସାରା ମୁଠା ମାଝି ।ସେହିପରି ରାସ୍ତା ମଧ୍ୟ ନାହିଁ ଗ୍ରାମକୁ । ପାଞ୍ଚବର୍ଷରେନେତା ବଦକୁଛନ୍ତି ଆଉ ସରକାରି ବାବୁମାନେ ବି ବଦଳୁଛନ୍ତି ହେଲେ ସେମାନଙ୍କ କିନ୍ତୁ ଭାଗ୍ୟ ବଦଳୁନି ବୋଲି ଇସାରାକହିଛନ୍ତି । ସରକାର ଯଦି ସେମାନଙ୍କ ଅଭାବ ଅସୁବିଧା ଦୁର ନ କରନ୍ତି ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଗ୍ରାମବାସୀଭୋଟ ବର୍ଜନ କରିବେ ବୋଲି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଇସାରା
ମୁଠା ମ।ଝି ଚେତାବନୀ ଦେଇଛନ୍ତି ।ଏଣୁ ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ।

Leave a Reply

Your email address will not be published. Required fields are marked *